ନବରଙ୍ଗପୁର: ଜିଲ୍ଲାର ଉମରକୋଟ ମାର୍କେଟରୁ ବଢୁଛି ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଉମରକୋଟ ମାର୍କେଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏକ ଖୋଲା ସ୍ଥାନରେ ନୂଆ ଅସ୍ଥାୟୀ ମାର୍କେଟର ସ୍ଥାନ ନିରୂପଣ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ। ନୂତନ ସ୍ଥାନରେ ଅସ୍ଥାୟୀ ମାର୍କେଟ କରାଯିବ ଏବଂ ସେହିଠାରୁ ପରିବା କିଣିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ