ETV Bharat / state

ନବରଙ୍ଗପୁରରେ ଉପରମୁହାଁ କୋରୋନା, ଦିନକରେ 404 ଆକ୍ରାନ୍ତ ଚିହ୍ନଟ

କୋରୋନା ସଂକ୍ରମଣ ଉପରମୁହାଁ। 404 ନୂଆ ସଂକ୍ରମିତ ଚିହ୍ନଟ । ଚିନ୍ତା ବଢାଉଛି ଦୈନିକ ପଜିଟିଭ୍ ସଂଖ୍ୟା । ଅଧିକ ପଢନ୍ତୁ...

author img

By

Published : May 6, 2021, 4:39 PM IST

ନବରଙ୍ଗପୁର ଜିଲ୍ଲାାରେ ଉପରମୁହାଁ କୋରୋନା
ନବରଙ୍ଗପୁର ଜିଲ୍ଲାାରେ ଉପରମୁହାଁ କୋରୋନା

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ମେ' ମାସ ଆରମ୍ଭରୁ ଗୋଟିଏ ସପ୍ତାହ ମଧ୍ୟ୍ୟରେ ସମୁଦାୟ 2 ହଜାର 268 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଗତକାଲି ବୁଧବାର ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା 414 ହୋଇଥିବା ବେଳେ ଆଜି (ଗୁରୁବାର) ପୁଣି 404 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହେବାରୁ ଜିଲ୍ଲାରେ 12 ହଜାରକୁ ଟପିଲା ମୋଟ ନୂଆ ସଂକ୍ରମିତଙ୍କ ସଂଖ୍ୟା l

ନବରଙ୍ଗପୁର ଜିଲ୍ଲାାରେ ଉପରମୁହାଁ କୋରୋନା
ନବରଙ୍ଗପୁର ଜିଲ୍ଲାାରେ ଉପରମୁହାଁ କୋରୋନା

ଗୁରୁବାର ଚିହ୍ନଟ ହୋଇଥିବା 404 ନୂଆ ସଂକ୍ରମିତଙ୍କ ମଧ୍ୟରେ ଝରିଗାଁ ବ୍ଲକରୁ 74, ରାଇଘର ଓ ଉମରକୋଟ ବ୍ଲକରୁ 61 ଜଣ ଲେଖାଏଁ, ନନ୍ଦାହାଣ୍ଡି ବ୍ଲକରୁ 52, ଉମରକୋଟ ପୌରାଞ୍ଚଳରୁ 30, ନବରଙ୍ଗପୁର ପୌରାଞ୍ଚଳରୁ 25, ତେନ୍ତୁଳିଖୁଣ୍ଟି ବ୍ଲକରୁ 24, ଡାବୁଗାଁ ବ୍ଲକରୁ 20,ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପାପଡାହାଣ୍ଡି ବ୍ଲକରୁ 17,ନନ୍ଦାହାଣ୍ଡି ବ୍ଲକରୁ 16, କୋଷଗୁମୁଡା ବ୍ଲକରୁ 15 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 9 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଗୁରୁବାର ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା 12 ହଜାର 158କୁ ବୃଦ୍ଧି ପାଇଛି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 3 ହଜାର 523 ଜଣ ସକ୍ରିୟ ନୂଆ ସଂକ୍ରମିତ ମାମଲା ଥିବାବେଳେ ସେଥିମଧ୍ୟରୁ 3 ହଜାର 383 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ମୋଟ 2 ଲକ୍ଷ 46 ହଜାର 628 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.