ନବରଙ୍ଗପୁର: ବିଶୋଧିତ ହେଲା ଡାକ୍ତରଖାନା । କୋରୋନାକୁ ଦୂରେଇ ରଖିବାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ଡାକ୍ତରଖାନାକୁ ସୋଡିୟମ ହାଇପୋକ୍ଲୋରାଇଟ ରସାୟନ ଦ୍ୱାରା ସ୍ପ୍ରେ କରାଯାଇ ବିଶୋଧନ କରାଯାଇଛି l
ଅଗ୍ନିଶମ ଅଧିକାରୀ ଦୀପକ କୁମାର କରଙ୍କ ତତ୍ତ୍ବାବଧାନରେ କମଳାକାନ୍ତ ଦାସ, ଦିଲ୍ଲୀପ ଶବର, ବିକାଶ ମାଝୀ, ଲେବରସିଂ ମାଝୀ ପ୍ରମୁଖ କର୍ମଚାରୀ ଡାକ୍ତରଖାନାର ବିଭିନ୍ନ ବିଭାଗକୁ ବିଶୋଧନ କରିଥିଲେ । ରବିବାର ଠାରୁ ନିୟମିତ ଭାବେ ସହରର ସମସ୍ତ ଗଲିକନ୍ଦି ବିଶୋଧନ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ନବରଙ୍ଗପୁରର ତପନ ବିଷୋୟୀ, ଇଟିଭି ଭାରତ