ETV Bharat / state

ଜମି ବିବାଦ, ଘରେ ନିଆଁ ଲଗାଇ ଜମି ଜାଳିଦେଲେ ପ୍ରତିପକ୍ଷ ଗୋଷ୍ଠୀ

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ମକା ଚାଷ ନଷ୍ଟ କରିବା ସହିତ ଗୋରୁ ଛାଡ଼ିଦେଲେ ପ୍ରତିପକ୍ଷ ଗୋଷ୍ଠୀ। ଏଭଳି ଅଭାବନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ।

author img

By

Published : Aug 14, 2022, 7:44 AM IST

ଘରେ ନିଆଁ ଲଗାଇ ଜମି ଜାଳିଦେଲେ ପ୍ରତିପକ୍ଷ ଗୋଷ୍ଠୀ

ନବରଙ୍ଗପୁର: ଜଳିଗଲା ଝାଳବୁହା ଫସଲ । ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇ ଜାଳିଦେଲେ ଏକର ଏକର ଜମି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଘର ପୋଡିବା ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଲେ ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା,କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ ।

ଖବରଅନୁସାରେ, କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମର ପ୍ରାୟ ଶହେ କନ୍ଧ ଜନଜାତି ପରିବାର ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲ ଜମିରେ ବସବାସ କରିବା ସହ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ତେବେ ୨୦୦୫ ମସିହାରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ବସତି ହଟାଇବା ଦାବି କରିବା ସହ ପ୍ରତି ବର୍ଷ ଫସଲ ନଷ୍ଟ କରି ଆସୁଥିଲେ । ଏହାକୁ ନେଇ ଅନେକ ଥର ଏହି ତିନି ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପ୍ରତି ବର୍ଷ ବର୍ଷା ଋତୁରେ ଏହି ତିନି ଗ୍ରାମର ଶହ ଶହ ଏକର ଜମିର ମକା ଫସଲ ନଷ୍ଟ କରି ଦେଉଥିଲେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ତେବେ ଶନିବାର ବନ ସୁରକ୍ଷା ସମିତି ଅନ୍ତର୍ଗତ ୮ ଖଣ୍ଡ ଗ୍ରାମର ହଜାରରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଏହି ଗ୍ରାମବାସୀଙ୍କର ଫସଲ ଗୁଡିକୁ କାଟି ନଷ୍ଟ କରି ଦେଇଥିବା ବେଳେ, ଜମିରେ ଗାଇ ଗୋରୁ ଛାଡି ଦେଇଥିଲେ । ଏହାସହ କପସାଭଟ୍ଟା ଗ୍ରାମର କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ବନ ସୁରକ୍ଷା ସମିତିର ଲୋକେ ।

ଖବରପାଇ ପୋଲିସ ପହଞ୍ଚିବା ପୂର୍ବରୁ ନିଆଁ ଲଗାଇ ନଷ୍ଟ କରି ଦେଇଥିଲେ । ଏପରିକି ପୋଲିସ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲା ବନ ସୁରକ୍ଷା ସମିତି । ତେବେ ପୋଲିସ ପ୍ରଶାସନ ଗଛ ହଟାଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ପହଁଚି ଥିବା ବେଳେ ସମସ୍ତ ମକା ଫସଲକୁ ନଷ୍ଟ କରି ସାରିଥିଲେ ଗ୍ରାମବାସୀ । ତେବେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଏକକାଳୀନ ଏହିପରି ସଂଘବଦ୍ଧ ଆକ୍ରମଣ ଫଳରେ ଉକ୍ତ ତିନି ଗ୍ରାମର ଲୋକେ ଭୟଭୀତ ହୋଇ ପଡିଛନ୍ତି । ଚାଷ ନଷ୍ଟ ହୋଇଥିବା ଚାଷୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ଓ ଜମି । ଋଣ ବାଡ଼ି କରି ଫସଲ ନଷ୍ଟ ପରେ କିଭଳି ପରିବାର ପ୍ରତିପୋଷଣ କରିବେ ରୁଣ ସୁଝିବା ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.