ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନରେ କଂଗ୍ରେସ ଟିମ, ପରଖିଲେ ପ୍ରଭାବିତ ଅଞ୍ଚଳ - congress team

ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ କଂଗ୍ରେସର ଏକ ଟିମ୍ ନବରଙ୍ଗପୁର ଜିଲ୍ଲାରେ ପହଁଞ୍ଚିଛି। ବନ୍ୟା ସମୟରେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନର ସହାୟତା ଏବଂ ପଦକ୍ଷେପ ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନରେ କଂଗ୍ରେସ ଟିମ, ପରଖିଲେ ପ୍ରଭାବିତ ଅଞ୍ଚଳର ପୂର୍ବା ପର ସ୍ଥିତି

author img

By

Published : Sep 6, 2020, 7:47 AM IST

ନବରଙ୍ଗପୁର: ଗତ କିଛି ଦିନ ପୂର୍ବେ ଲଗାଣ ବର୍ଷା ଫଳରେ ନବରଙ୍ଗପୁର ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲା କୋଶାଗୁମଡା ବ୍ଲକ । ଏହି ବ୍ଲକ୍ ଅନ୍ତର୍ଗତ ଚିର୍ମା,ବିଞ୍ଜିଲି,ଉକିଆପାଲି,ବରଗାଁ ପଞ୍ଚାୟତର ଅନେକ ଗାଁ ଇନ୍ଦ୍ରାବତୀ ନଦୀ ଏବଂ ଭାସ୍କେଲ ନଦୀ କୂଳରେ ରହିଥିବାରୁ ଏହି ଗାଁ ମାନଙ୍କରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା ।

ବନ୍ୟାଞ୍ଚଳ ପରିଦର୍ଶନରେ କଂଗ୍ରେସ ଟିମ, ପରଖିଲେ ପ୍ରଭାବିତ ଅଞ୍ଚଳର ପୂର୍ବା ପର ସ୍ଥିତି
ବନ୍ୟାଞ୍ଚଳ ପରିଦର୍ଶନରେ କଂଗ୍ରେସ ଟିମ, ପରଖିଲେ ପ୍ରଭାବିତ ଅଞ୍ଚଳର ପୂର୍ବା ପର ସ୍ଥିତି

ଭକ୍ତ ଦାସଙ୍କ ନେତ୍ତୃତ୍ୱରେ କଂଗ୍ରେସ ଦଳର ଏକ ଟିମ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ବନ୍ୟା ପ୍ରଭାବିତ ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ବନ୍ୟା ସମୟରେ ଜ଼ିଲ୍ଲା ପ୍ରଶାସନ କିଭଳି ସୁବିଧା ଯୋଗାଇ ଥିଲେ ଏହା ଉପରେ ଆଲୋଚନ କରିଛନ୍ତି। ଏଥିସହ ବନ୍ୟା ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ଜିଲ୍ଲା ପ୍ରଶାସନର ସହାୟତା ଏବଂ ପଦକ୍ଷେପ ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିଛନ୍ତି।

ତେବେ ଜିଲ୍ଲା ପ୍ରଶାସନ ତରଫରୁ ବନ୍ୟା ପରେ ଠିକ ଭାବରେ କ୍ଷୟକ୍ଷତି ଆକଳନ କରି ବନ୍ୟା ବିପନ୍ନ ମାନଙ୍କୁ ସାହାଯ୍ୟ ଯୋଗାଇଛନ୍ତି ଏହା ଉପରେ ସ୍ଥାନୀୟ ଜନସାଧାରଣ ନେତା ଏବଂ ଦଳୀୟ କର୍ମୀ ମନଙ୍କ ସହିତ ଆଲୋଚନା କରିଛନ୍ତି । ଏବଂ ବନ୍ୟାର ସଠିକ କ୍ଷୟକ୍ଷତି ଆକଳନ କରିବା ସହିତ ବନ୍ୟା ପୀଡିତ ମାନଙ୍କୁ ସାହାଯ୍ୟ ଯୋଗେଇ ଦେବାପାଇଁ ଦାବି କରିଛନ୍ତି କଂଗ୍ରେସର ଏହି ଟିମ ।

ଜ଼ିଲ୍ଲା ପ୍ରଶାସନ ଯଦି ଠିକ ଆକଳନ ନକରି ସାହାଯ୍ୟ ଯୋଗେଇବାର ଟାଳଟୁଳ ନୀତି ଅବଲମ୍ବନ କରି ପ୍ରଭାବିତ ଲୋକ ମାନେ ବାଦ ପଡନ୍ତି ତାହେଲେ କଂଗ୍ରେସ ଦଳ ଆନ୍ଦୋଳନ କରିବ। ଏନେଇ କଡା ଚେତାବନୀ ଦେଇଛନ୍ତି କଂଗ୍ରେସର ଦୁଇ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଏବଂ ପ୍ରଦୀପ ମାଝୀ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.