ETV Bharat / state

ଚାଷୀଙ୍କ ନାମ ପଞ୍ଜିକରଣକୁ ନେଇ କଂଗ୍ରେସର ଧାରଣା ଚେତାବନୀ

author img

By

Published : Nov 4, 2020, 8:04 AM IST

ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଅନେକ ଚାଷୀ ନାମ ପଞ୍ଜିକରଣ କରୁବାରୁ ବଞ୍ଚିତ ହୋଇଥିବାରୁ ବିଧାୟକ ଓ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

Congress protest warning for farmer name registration
ଚାଷୀଙ୍କ ନାମ ପଞ୍ଜିକରଣକୁ ନେଇ କଂଗ୍ରେସର ଧାରଣା ଚେତାବନୀ

ନବରଙ୍ଗପୁର: ଚାଷୀଙ୍କର ସମସ୍ୟାରେ କଂଗ୍ରେସ ଅଗ୍ରଣୀ ଭୂମିକା ନେଇଛି । ସେମାନଙ୍କ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଧାରଣା ଦେଇଛି । ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଅନେକ ନାମକୁ ମାତ୍ର ଓ ଛୋଟ ଚାଷୀ ନାମ ପଞ୍ଜିକରଣ କରୁବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷେ ବୈଷୟିକ ତୃଟି ଲାଗି ତୃତୀୟ ପର୍ଯ୍ୟାୟରେ ଆବେଦନ କରିଥିବା ୨୬୩୮ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇ ପାରିନାହିଁ । ଚାଷୀଙ୍କ ପ୍ରତି ସରକାର ଯଦି ଅବହେଳା କରନ୍ତି ତେବେ ବିଧାୟକ ଓ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

ଗତ ୨୦୧୯-୨୦ ବର୍ଷରେ ନବରଙ୍ଗପୁର ଜିଲାରେ ୧୩ଟି ଲ୍ୟାମ୍ପ୍ସ ମାଧ୍ୟମରେ ୨୦ ହଜାର ୩୪୯ ଚାଷୀ ପଞ୍ଜିକରଣ ହୋଇଥିଲା। ୨୦୨୦-୨୧ ବର୍ଷ ଖରିଫ ଧାନ ମଣ୍ଡି ପାଇଁ ୧୫ ହଜାର ୪୧୭ ଜଣ ନାମ ନବୀକରଣ କରିଥିବା ବେଳେ ୧୨ ହଜାର ୭୫୫ ଜଣଙ୍କ ନୂଆ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ମୋଟ ୨୮,୧୭୨ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ୭,୮୨୩ ଜଣ ଚାଷୀ ପଞ୍ଜିକରଣ ଗତ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ତେବେ ନବରଙ୍ଗପୁର ବ୍ଲକରେ ୭.୮୨ ପ୍ରତଶତ ଚାଷୀଙ୍କ ନାମ ପଞ୍ଜିକରଣ ବୃଦ୍ଧି ପାଇଥିବା ବେଳେ ଶୁଷ୍କ ଅଞ୍ଚଳ କୁହାଯାଉଥିବା ଓ ଜଳସେଚନ ନଥିବା ଚନ୍ଦାହାଣ୍ଡି ବ୍ଲକରେ ଅଧିକ ୮୦.୨୨ ପ୍ରତିଶତ ଓ ରାଇଘର ବ୍ଲକରେ ୬୮ ପ୍ରତିଶତ ଅଧିକ ଚାଷୀଙ୍କ ନାମ ପଞ୍ଜିକରଣ ହୋଇପାରିଛି ।

ଯାହାକି ସମସ୍ତଙ୍କୁ ଚକିତ କରିଛି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ଚାଷୀ ନାମ ପଞ୍ଜିକରଣ ପାଇଁ ଆଧାର ଓ ରାସନ କାର୍ଡ ଆବଶ୍ୟକ କରିଥିବାରୁ ଛୋଟ ଓ ନାମକୁ ମାତ୍ର ଚାଷୀ ରାସନ କାର୍ଡ ଦାଖଲ କଲେ କାଳେ ସେମାନଙ୍କୁ ରାସନ କାର୍ଡ କଟିଯିବ ବୋଲି ଭୟରେ ବହୁ ଗରିବ ଓ ନାମ ମାତ୍ର ଚାଷୀ ନାମ ପଞ୍ଜିକରଣ କରି ନଥିବା କୁହାଯାଇଛି । ତେବେ ଅଶିକ୍ଷା ଓ ସଚେତନର ଅଭାବ ଲାଗି ଅନେକ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି ।

ଶାସକ ଦଳର ବିଧାୟକ ଓ ସାଂସଦ ଏହି ସମସ୍ୟା ସଂପର୍କରେ ଗୁରୁତ୍ବ ଦେଇ ନଥିବା ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ଏହି ସମ୍ମିଳନୀରେ ଦିଲ୍ଲୀପ କୁମାର ବେହେରା ପନିପରିବା ଦରଦାମବୃଦ୍ଧି ନିୟନ୍ତ୍ରଣ ଉପରେ ଦାବି କରିଥିଲେ । ତେବେ କୃଷକ ନେତା ବୃନ୍ଦାବନ ତ୍ରିପାଠୀ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଠନେତା ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଏହି ସାମ୍ବାଧିରକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.