ETV Bharat / state

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୋଧରେ କଂଗ୍ରେସର ପ୍ରତିବାଦ - ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ନାବାଳିକା ଗଣଦୁଷ୍କର୍ମ, ଯୌନ ନିର୍ଯାତନା, ନାବାଳିକା ଓ ମହିଳାଚାଲାଣ ଶିଶୁ ନିର୍ଯାତନା ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 24, 2019, 3:05 PM IST

ନବରଙ୍ଗପୁର: ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ । ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ନାବାଳିକା ଗଣଦୁଷ୍କର୍ମ, ଯୌନ ନିର୍ଯାତନା, ନାବାଳିକା ଓ ମହିଳାଚାଲାଣ ଶିଶୁ ନିର୍ଯାତନା ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ କ୍ରମାଗତ ଭାବେ ନାରୀ ଓ ଶିଶୁଙ୍କ ପ୍ରତି ନିର୍ଯାତନା ବଢି ବଢି ଚାଲିଥିବା ବେଳେ କିନ୍ତୁ ସରକାର ନିରବ ଦ୍ରଷ୍ଟା ସାଜିଥିବା କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି । ଅପରାଧୀ ଅପରାଧ କରି ଖସି ପଳାଇବାରେ ସକ୍ଷମ ହେଉଥିବାବେଳେ ଦୋଷୀ ଦଣ୍ଡ ପାଇପାରୁ ନଥିବା ଅଭିଯୋଗ କରିଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବିଧାନସଭାରେ ଏ ସମ୍ବନ୍ଧରେ ପ୍ରଶ୍ନ କରିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ସନ୍ତୋଷଜନକ ଉତ୍ତର ରଖିପାରୁନଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ତରଫରୁ କରାଯାଉଥିବା ପ୍ରତିବାଦ ସଭାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:କୋରାପୁଟ ସହରରେ ଥିବା ବସ ଷ୍ଟାଣ୍ଡ ଅସୁରକ୍ଷିତ ହୋଇପଡିଛି । କୋରାପୁଟ ଜିଲ୍ଲା ସଦର ମହକୁମାରୁ ଜିଲ୍ଲାର ବିଭିନ୍ନ ଗାଁକୁ ସରକାରୀ ବା ବେସରକାରୀ ବସରେ ଯିବା ପାଇଁ ଦିନ ରାତି ଚବିଶ ଘଣ୍ଟା ସହରର କେନ୍ଦ୍ରସ୍ଥଳୀରେ ଥିବା ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ଭିଡ଼ ଲାଗିରହେ ।Body:ଯାତ୍ରୀଙ୍କ ଏହି ଆବଶ୍ୟକତାକୁ ଅନୁଭବ କରି ୧୯୯୩ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କରକମଳରେ କୋରାପୁଟରେ ବିଶାଳ ଯାତ୍ରୀ ପ୍ରତିକ୍ଷାଳୟ ର ନିର୍ମାଣ କରାଗଲା । ଉଦଘାଟନ ସମୟ ରେ ବିଶାଳ ଦେଖାଯାଉଥିବା ଏହି ପରିସରଟି ଧୀରେ ଧୀରେ ସଂକୀର୍ଣ୍ଣ ହେବାକୁ ଲାଗିଲା । ଯାତ୍ରୀ ବସି ବସକୁ ଅପେକ୍ଷା କରିବା ପାଈଁ ଥିବା ସ୍ଥାନରେ ଗାଈଗୋରୁ , ପନିପରିବା ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ଭିଡ଼ ଲାଗିରହିବା ଫଳରେ ଯାତ୍ରୀ ଅନେକ ସମୟରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ପାଆନ୍ତି ନାହିଁ । ବସଷ୍ଟାଣ୍ଡ ପ୍ରତିକ୍ଷାଳୟ ରେ ଦେଖାଦେଇଥିବା ଏହି ଅସୁବିଧାକୁ ଦୁରକରିବା ପାଇଁ ତତ୍କାଳୀନ କୋରାପୁଟ ବିଜ୍ଞାପିତ ପରିଷଦ ତରଫରୁ କୋଠାର ଛାତ ଉପରେ ଦୋକାନ ଘର ତିଆରି କରିବାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରିଷଦରେ ନେତୃବୃନ୍ଦଙ୍କ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟର ଧାରାକୁ ନେଇ ସହମତି ହୋଇନପାରିବାରୁ ଉଭୟପକ୍ଷ ପରସ୍ପର ବିରୁଦ୍ଧରେ ଅଭିଯୋଗ ନେଇ କୋର୍ଟ ର ଦ୍ୱାରସ୍ଥ ହେଲେ । ପାଖାପାଖି କୋଡିଏ ବର୍ଷ ପରେ ମଧ୍ୟ କେସ ଅଧାରେ ରହିଥିବା ଯୋଗୁଁ ବର୍ଷାପାଣି ଖାଇ ପଡିରହିଥିବା ଏହି ଘରଟିର ନିର୍ମାଣ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି । ବର୍ଷାରେ ଭିଜିଯାଇଥିବା ଛାତ ଉପରର ଏହି ଘରଟି ବସଷ୍ଟାଣ୍ଡ ଭବନକୁ ଆସୁଥିବା ଯାତ୍ରୀଙ୍କୁ ଗତକିଛି ବର୍ଷ ହେବ ଭୟଭୀତ କରିଆସୁଛି । ଏଥିରୁ ଇଟା ଓ ସିମେଣ୍ଟ ପଡି ଲୋକେ କ୍ଷତବିକ୍ଷତ ହେବା ସହ ଗାଡି ଗୁଡିକୁ ମଧ୍ୟ କ୍ଷତି ପହୁଞ୍ଚାଇଥିବା ଅଭିଯୋଗ ହୋଇଛି । Conclusion:ବସଷ୍ଟାଣ୍ଡ ଭବନ ଚାରିପାଖେ ହାଟର ଗହଳି ଭଳି ଅଟୋରିକ୍ସା , ମଟରସାଇକଲ ଓ ଅନ୍ୟାନ୍ୟ ଯାନବାହନ ଅବାଧରେ ଓ ଅନିୟନ୍ତ୍ରିତ ଭାବେ ଚଳପ୍ରଚଳ ତଥା ପାର୍କିଂଗ କରୁଥିବା ଫଳରେ ବସ ଗୁଡିକ ଚଳପ୍ରଚଳ ହେବା ପାଇଁ ରାସ୍ତା ସଂକୀର୍ଣ୍ଣ ହୋଇପଡିଛି । ଫଳରେ ଅନେକ ଦୂରଗାମୀ ବସ ବସଷ୍ଟାଣ୍ଡରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଜାତୀୟ ରାଜପଥ ଉପରେ ଯାତ୍ରୀଙ୍କୁ ଛାଡ଼ିଦେଇ ଚାଲିଯାଉଛନ୍ତି ।ବସ ଷ୍ଟାଣ୍ଡଟି କୋରାପୁଟ ଟାଉନ ଥାନା ସମ୍ମୁଖରେ ଥିଲେହଁ ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଏହିପରି ଅବ୍ୟବବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି ।
.........
Byte : ସଂଜୁତ ନନ୍ଦ , ସ୍ଥାନୀୟ ବାସିନ୍ଦା
Byte : ରାମମୋହନ ପଟ୍ଟନାୟକ , ବ୍ୟବସାୟୀ
Byte : ଗୌର ଚରଣ ପଟ୍ଟନାୟକ , ପୋୖରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ।
P2C : ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.