ETV Bharat / state

ପ୍ରଚାର ପାଇଁ ଯାଇ ହଟହଟା ସାଂସଦ, ରାତି ଅଧିଆ ଗାଁରୁ ତଡିଲେ କଂଗ୍ରେସ ପ୍ରାର୍ଥିନୀ

ପଞ୍ଚାୟତ ନିର୍ବାଚନ ପାଇଁ ରାତି ଅଧିଆ ପ୍ରଚାର କରୁଥିଲେ ବିଜେଡି ସାଂସଦ । ଗାଁରୁ ତଡିଲେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ । ଅଧିକ ପଢନ୍ତୁ

ପ୍ରଚାର ପାଇଁ ଯାଇ ହଟହଟା ସାଂସଦ, ରାତି ଅଧିଆ ଗାଁରୁ ତଡିଲେ କଂଗ୍ରେସ ପ୍ରାର୍ଥିନୀ
ପ୍ରଚାର ପାଇଁ ଯାଇ ହଟହଟା ସାଂସଦ, ରାତି ଅଧିଆ ଗାଁରୁ ତଡିଲେ କଂଗ୍ରେସ ପ୍ରାର୍ଥିନୀ
author img

By

Published : Feb 10, 2022, 12:39 PM IST

ନବରଙ୍ଗପୁର: ଗୀତ ବଜାଇ ସଦଳବଳେ ରାତି ଅଧିଆ ପ୍ରଚାର କରୁଥିଲେ ବିଜେଡି ସାଂସଦ । ପ୍ରଚାର ସମୟରେ ସାଂସଦଙ୍କୁ ଗାଁରୁ ତଡିଲେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ । ହଟହଟା ହୋଇ ଫେରିଲେ ସାଂସଦ ରମେଶ ମାଝୀ । ବୁଧବାର ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନାକାବେଡା ଅଞ୍ଚଳରେ ଏପରି ରାଜନୈତିକ ହଟଚମଟ ଦେଖାଯାଇଛି ।

ପ୍ରଚାର ପାଇଁ ଯାଇ ହଟହଟା ସାଂସଦ, ରାତି ଅଧିଆ ଗାଁରୁ ତଡିଲେ କଂଗ୍ରେସ ପ୍ରାର୍ଥିନୀ

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ଜମୁଛି ପ୍ରଚାର । ବହୁ ଟାଣୁଆ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ବିଜେଡି ସାଂସଦ ରମେଶ ମାଝୀ ୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ବର୍ଷାରାଣୀ ପଟେଲଙ୍କ ପାଇଁ ପ୍ରଚାରରେ ବାହାରିଥିଲେ । ଶତାଧିକ ବିଜେଡି କର୍ମୀଙ୍କ ସହ ଅନାକାବେଡା ପଞ୍ଚାୟତର ଚକାମାଲ୍ ଗାଁରେ ରାତି ଅଧିଆ ଗୀତ ବଜାଇ କ୍ୟାମ୍ପେନ କରିଥିଲେ ସାଂସଦ । ରାତି ୮ ଟା ପରେ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ରହିଥିବା ବେଳେ ନିୟମ ଉଲ୍ଲଙ୍ଘନ କରୁଥିବା ସାଂସଦଙ୍କୁ ବିରୋଧ କରିଥିଲେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ପୁଷ୍ପାଞ୍ଜଳି ହଂସ ।

କଂଗ୍ରେସ ପ୍ରାର୍ଥିନୀ ରମେଶ ମାଝୀଙ୍କ ପ୍ରଚାର ଗାଡିକୁ ଅଟକାଇବା ସଙ୍ଗେ ସଙ୍ଗେ ତାଙ୍କ ସମର୍ଥକଙ୍କୁ ଘଉଡାଇ ଦେଇଥିଲେ । ଯେଉଁ କାରଣରୁ ସାଂସଦଙ୍କୁ ହଟହଟା ହେବାକୁ ପଡ଼ିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.