ETV Bharat / state

ମଦ ଦୋକାନ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ମଦ୍ୟପାନ ଯୋଗୁଁ ଅକାଳରେ ଝଡିପଡୁଛି ଅମୂଲ୍ୟ ଜୀବନ । ମଦ ଦୋକାନ ନ ଖୋଲିବାକୁ ସାଧାରଣରେ ବୁଦ୍ଧିଜୀବୀଙ୍କ ଦାବି । ଅଧିକ ପଢନ୍ତୁ...

author img

By

Published : May 26, 2021, 11:15 PM IST

ବିଦେଶୀ ମଦ ଦୋକାନ ନ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ନବରଙ୍ଗପୁର: ମଦ ଦୋକାନ ଖାେଲିବାକୁ ନେଇ ବିରୋଧ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧୩ ଓ ୧୪ ଅଞ୍ଚଳରେ ନୂତନ ଭାବେ ଖୋଲିବାକୁ ଥିବା ଏକ ବିଦେଶୀ ମଦ ଦୋକାନ ବିରୋଧରେ ଅଞ୍ଚଳବାସୀ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ସଂପୃକ୍ତ ଅଞ୍ଚଳରେ ନୂତନ ଭାବେ ମଦ ଦୋକାନ ଖୋଲିବାକୁ ଜୈନିକ ବ୍ୟକ୍ତି ଚେଷ୍ଟା କରୁଥିବାବେଳେ ଏହି ପ୍ରସ୍ତାବିତ ଦୋକାନଟି ଅବକାରୀ ବିଭାଗ ଦସ୍ତାବିଜ୍ ଅନୁସାରେ ୧୫ ନମ୍ବର ୱାର୍ଡ ପାଇଁ ଉଲ୍ଲେଖ ରହିଛି।

ସେପଟେ ବେଆଇନ ଭାବେ ୧୩ ଓ ୧୪ ନମ୍ବର ୱାର୍ଡ ଅଞ୍ଚଳରେ ଏହା ଖୋଳିବା ଆଇନ ସମ୍ମତ ନୁହେଁ । ଏହା ବ୍ୟତୀତ ପ୍ରସ୍ତାବିତ ଅଞ୍ଚଳ ପାରି ପର୍ଶ୍ୟରେ ଉତ୍କଳ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ , ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାର୍ଥୀ ସାଇନ୍ସ କଲେଜ, କଲେଜ ଛାତ୍ର ଛାତ୍ରୀ ଆବାସ ସମେତ ଏହି ୱାର୍ଡରେ ଅଧିବାସୀ ଗାଦବା ବସ୍ତି ଆଦି ଅଞ୍ଚଳ ରହିଛି । ଉକ୍ତ ରାସ୍ତାକୁ ବାଇପାସ୍ ରାସ୍ତା ରୂପେ ବ୍ୟବହାର ହେଉଥିବା ବେଳେ ଏହି ରାସ୍ତା ଦେଇ ଭାରି ଯାନବାହାନ ଯାତାୟାତ କରୁଛି । ପ୍ରସ୍ତାବିତ ମଦ ଦୋକାନ ଆଖପାଖ ଅଞ୍ଚଳରେ ନୂତନ କଲୋନୀ ଗଢି ଉଠିଥିବା ବେଳେ ଅନେକ ସଭ୍ୟ ପରିବାର ବସବାସ କରୁଛନ୍ତି । ଏହି ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲାଗଲେ ଛାତ୍ରଛାତ୍ରୀ, ମହିଳା, ଶିଶୁମାନେ ପ୍ରଭାବିତ ହେବା ସହ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ତେଣୁ ଏହି ଦୋକାନ ନ ଖୋଲିବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହା ସତ୍ତ୍ବେ ମଦ ବ୍ୟବସାୟୀ ଚାପ ସୃଷ୍ଟି କରି ମଦ ଦୋକାନ ଖୋଲିଲେ ଏହାକୁ ଦୃଢ଼ ବିରୋଧ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ୱାର୍ଡର ପୂର୍ବତନ କାଉନସିଲର ମଧୁ ଗାଦବା ଓ ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ ଓ ଉତ୍କଳ କଲେଜର ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ମହାରଣା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ଦାବି ପ୍ରଦାନ ବେଳେ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ଓ ଅଲେଖ ତ୍ରିପାଠୀ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.