ETV Bharat / state

ଜିଲ୍ଲାପାଳଙ୍କ ମରୁଡି ମୁକାବିଲା ବୈଠକ, ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ - ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ନବରଙ୍ଗପୁରରେ ଜିଲ୍ଲା ପ୍ରଶାସନର ମରୁଡି ମୁକାବିଲା ପ୍ରସ୍ତୁତି ବୈଠକ । ବିଭାଗଓ୍ବାରୀ ସମୀକ୍ଷା କଲେ ଜିଲ୍ଲାପାଳ । ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ମରୁଡି ମୁକାବିଲା ବୈଠକ , ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ

author img

By

Published : Aug 25, 2021, 10:16 PM IST

ନବରଙ୍ଗପୁର: ସ୍ବଳ୍ପ ବୃଷ୍ଟି ଯୋଗୁଁ ଜିଲ୍ଲାରେ ମରୁଡି ସ୍ଥିତି ଆଶଙ୍କା ଦେଖାଦେଇଛି । ଏହାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଆଜି ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ସମନ୍ବୟ ଓ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ଭାବ୍ୟ ମରୁଡ଼ିର ପରିଚାଳନା ଏବଂ ମୁକାବିଲା ପାଇଁ ଏହି ବୈଠକରେ ଆଲୋଚନା ସହ ବିଭାଗଓ୍ବାରୀ ସମୀକ୍ଷା ହୋଇ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇଛି ।

ଜିଲ୍ଲାପାଳଙ୍କ ମରୁଡି ମୁକାବିଲା ବୈଠକ , ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ

ଜିଲ୍ଲାର କୃଷି, ଜଳ ବିଭାଜିକା, ପଶୁସମ୍ପଦ, ଉଦ୍ୟାନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗରେ ଲକ୍ଷ ଧାର୍ଯ୍ୟଠାରୁ ବହୁତ କମ ଶ୍ରମଦିବସ ସୃଷ୍ଟି କରିଥିବାରୁ ଜିଲ୍ଲାପାଳ ଡଃ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ନିଜନିଜ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସହ ବିସ୍ତୃତ ଭାବରେ ସମୀକ୍ଷା କରି ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଏକ ସପ୍ତାହ ମଧ୍ୟରେ ଧାର୍ଯ୍ୟ ଆଵଶ୍ୟକୀୟ ଶ୍ରମଦିବସ ସୃଷ୍ଟି, ଯୁଦ୍ଧକାଳୀନ ଭିତ୍ତିରେ କେନାଲ ଗୁଡିକର ମରାମତି କାର୍ଯ୍ୟ ଶେଷ କରି ଆବଶ୍ୟକୀୟ ପରିମାଣର ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା ପାଇଁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଗିତ ମଧ୍ୟ କରିଛନ୍ତି ଜିଲ୍ଲାପାଳ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ଜଳଛାୟା ଓ ବିଭାଜିତ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, TPSODL ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଡ଼ଃ ପ୍ରଦୋଷ ପଣ୍ଡା, ଓଡ଼ିଶା କୃଷି ଶିଳ୍ପ ନିଗମର ଜିଲ୍ଲା ପରିଚାଳକ ପ୍ରଦୀପ୍ତ କୁମାର ନିସିକା ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.