ନବରଙ୍ଗପୁର: ଭାରତ ସରକାରଙ୍କ ଜୀବ ବିଜ୍ଞାନ ଦ୍ବାରା ରାଜ୍ୟର ମୋଟ 62 ଆଦିବାସୀ ସମ୍ପ୍ରଦାୟ ସମାଜର ବିଭିନ୍ନ ଲୋକଙ୍କ ଠାରୁ ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ 7 ଟି ଏହି ସମ୍ପ୍ରଦାୟ ଜନସାଧରଣଙ୍କ ଠାରୁ ରକ୍ତ ଓ ମଳ ନମୁନା ସଂଗ୍ରହ ହୋଇଛି । ଆଦିବାସୀ ସମାଜରେ ରୋଗ ପ୍ରତିରୋଧକ କ୍ଷମତା, ରକ୍ତ କଣିକା, ଜେନେଟିକ ତଥ୍ୟ ସମ୍ପର୍କରେ ଭାରତୀୟ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା କରିବା ଏହାର ଉଦ୍ଦେଶ୍ୟ ଅଟେ ।
ଏହାସହ ସେମାନଙ୍କ ପାରମ୍ପରିକ ଖାଦ୍ୟର ଗୁଣବତ୍ତା ଉପରେ ଗବେଷଣା କରାଯିବା ସମେତ କେଉଁ କାରଣରୁ ସେମାନେ ଅଧିକାଂଶ ସମୟରେ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଜାଣିବା । ଅନ୍ୟପଟେ ରକ୍ତ ନମୁନା ଗୁଣବତ୍ତାକୁ ନେଇ ଗବେଷଣା ତଥ୍ୟ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ