ETV Bharat / state

ମାଓବାଦୀ ସନ୍ଦେହରେ 2 ଜଣଙ୍କୁ ହତ୍ୟା, କ୍ଷତିପୂରଣ ସହ ଚାକିରି ଦେଲେ ଛତିଶଗଡ ସରକାର

ଛତିଶଗଡ଼ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମହୁ ସଂଗ୍ରହ କରିବାକୁ ଯାଇଥିବା 2 ବ୍ୟକ୍ତିଙ୍କୁ ମାଓବାଦୀ ସନ୍ଦେହରେ ଏନକାଉଣ୍ଟର କରିଥିଲା ଛତିଶଗଡ ପୋଲିସ । ଘଟଣାର ସତ୍ୟତା ପ୍ରକାଶ ପାଇବା ପରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

author img

By

Published : Jul 15, 2019, 10:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତରେ ମାଓବାଦୀ ସନ୍ଦେହରେ 2 ଜଣ ବ୍ୟକ୍ତି ଏନକାଉଣ୍ଟର କରିତିଲା ଛତିଶଗଡ ପୋଲିସ । ଘଟଣାର ପ୍ରକୃତ ସତ୍ୟତା ଜଣାପଡିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଉକ୍ତ ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ସହ ପରିବାର ପିଛା ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସ ୪ ତାରିଖ ଦିନ କୁନ୍ଦେଇ ପଞ୍ଚାୟତ ସେମରଡିହି ଗ୍ରାମର ବୁଧେସିଂ କମାର ଏବଂ ସହଦେବ ଗଣ୍ଡ ନାମକ ଦୁଇ ଜଣ ବ୍ୟକ୍ତି ନିକଟସ୍ଥ ଛତିଶଗଡ଼ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିଲେ । ସେହି ସମୟରେ ଛତିଶଗଡ଼ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଜଙ୍ଗଲରେ ଉକ୍ତ ଦୁଇ ବ୍ୟକ୍ତିଙ୍କୁ ମାଓବାଦୀ ସନ୍ଦେହ କରି ଏନକାଉଣ୍ଟର କରି ହତ୍ୟା କରିଥିଲା ଛତିଶଗଡ ପୋଲିସ ।

ଘଟଣାର ଖବର ପ୍ରଚାର ହେବା ପରେ କୁନ୍ଦେଇ ସରପଞ୍ଚ ସନରାଜ ଗଣ୍ଡ ଉକ୍ତ ଲୋକଙ୍କ ସମସ୍ତ ପ୍ରକାର ପ୍ରମାଣ ପତ୍ର ନେଇ ଛତିଶଗଡ଼ ସରକାରଙ୍କୁ ପ୍ରଦାନ କରିବା ସହ ଏକ ତଦନ୍ତ କମିଟି ଗଠନ ପାଇଁ ଦାବି କରିଥିଲେ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଥିଲା । ଏହା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ମାଓବାଦୀ ସନ୍ଦେହ ରେ ନିରୀହଙ୍କୁ ହତ୍ୟା ଘଟଣାରେ କ୍ଷତିପୂରଣ ଦେଲେ ଛତିଶଗଡ଼ ସରକାର।
ଫର୍ମାଟ-ଏଭିଓ,୧୫/୦୭/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
-------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତବର୍ତ୍ତି କୁନ୍ଦେଇ ପଂଚାୟତ ର ଦୁଇ ଜଣ ନିରୀହ ଜନତାଙ୍କୁ ମାଓବାଦୀ ସନ୍ଦେହ କରି ଛତିଶଗଡ଼ ପୋଲିସ ପକ୍ଷରୁ କରାଯାଇଥିବା ଏନକାଉଣ୍ଟର ର ପ୍ରକୃତ ସତ୍ୟତା ପଦାକୁ ଆସିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ପରିବାର ପିଛା ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଥାଉକି ଚଳିତ ବର୍ଷ ଅପ୍ରିଲ୍ ମାସ ୪ ତାରିଖ ଦିନ ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେମରଡିହି ଗ୍ରାମର ବୁଧେସିଂ କମାର ଏବଂ ସହଦେବ ଗଣ୍ଡ ନାମକ ଦୁଇ ଜଣ ବ୍ୟକ୍ତି ନିକଟସ୍ଥ ଛତିଶଗଡ଼ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିଲେ । ସେହି ସମୟରେ ଛତିଶଗଡ଼ ପୋଲିସ ପକ୍ଷରୁ ଚାଲିଥିବା କୁମ୍ବିଂ ଅପରେସନ୍ ବେଳେ ଉକ୍ତ ଦୁଇ ବ୍ୟକ୍ତିଙ୍କୁ ମାଓବାଦୀ ସନ୍ଦେହ କରି ଏନକାଉଣ୍ଟର କରି ହତ୍ୟା କରିଥିଲେ । ଏହାର ଖବର ପ୍ରଚାର ହେବା ପରେ କୁନ୍ଦେଇ ସରପଞ୍ଚ ସନରାଜ ଗଣ୍ଡ ଉକ୍ତ ଲୋକଙ୍କ ସମସ୍ତ ପ୍ରକାର ପ୍ରମାଣ ପତ୍ର ନେଇ ଛତିଶଗଡ଼ ସରକାରଙ୍କ ନିକଟରେ ରଖିବା ସହ ଏକ ତଦନ୍ତ କମିଟି ଗଠନ ପାଇଁ ଦାବି କରିଥିଲେ । ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ପଦାକୁ ଆସିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାର କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶିର ଚେକ୍ ପ୍ରଦାନ କରିବା ସହ ପରିବାର ର ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.