ETV Bharat / state

ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ, କହିଲେ ବିପୁଳ ସଂଖ୍ୟକ ଭୋଟରେ ପରାସ୍ତ ହେବି - chandahandi zilla parisada candidate speech viral

ପାଖଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗାଁ ମୁହାଁ ପ୍ରାର୍ଥୀ । ନିର୍ବାଚନ ନେଇ ପ୍ରାର୍ଥୀଙ୍କ ଆଖିରେ ନିଦ ନାହିଁ । ଖୁସିରେ ଗଦ ଗଦ ହୋଇ କିଛି ବି କହି ଦେଉଛନ୍ତି । ଭୋଟ ପାଇଁ ନେତାଙ୍କ ଭାଷଣ ବେଳେ ନାନା ରୋଚକ କଥା ସାମନାକୁ ଆସିଥାଏ । କିନ୍ତୁ ନବରଙ୍ଗପୁରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭୋଟ ଭିକ୍ଷା ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ,
ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ,
author img

By

Published : Jan 28, 2022, 1:42 PM IST

Updated : Jan 28, 2022, 9:20 PM IST

ନବରଙ୍ଗପୁର: ପାଖଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗାଁ ଗାଁରେ ପ୍ରାର୍ଥୀଙ୍କ ଘୋମାଘଟ ପ୍ରଚାର । ନିର୍ବାଚନ ନେଇ ପ୍ରାର୍ଥୀଙ୍କ ଆଖିରେ ନିଦ ନାହିଁ । ଖୁସିରେ ଗଦ ଗଦ ହୋଇ କିଛି ବି କହି ଦେଉଛନ୍ତି । ଭୋଟ ପାଇଁ ନେତାଙ୍କ ଭାଷଣ ବେଳେ ନାନା ରୋଚକ କଥା ସାମନାକୁ ଆସିଥାଏ । ଏହିପରି ଭାବେ ବହୁ ସଂଖ୍ୟାରେ ଭୋଟ ଦେଇ ମୋତେ ପରାଜିତ କରନ୍ତୁ ବୋଲି କହୁ କହୁ କହି ଦେଇଛନ୍ତି ନବରଙ୍ଗପରୁ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୋନ 1 ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବର୍ଷାରାଣୀ ପଟେଲ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ,

ଚନ୍ଦାହାଣ୍ଡି ବ୍ଳକ ଦଣ୍ଡାମୁଣ୍ଡା ସ୍ଥିତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ବାସଭବନରେ ନିର୍ବାଚନୀ ସଭା ହୋଇଥିଲା । ଏଥିରେ ପ୍ରାର୍ଥୀନୀ ବର୍ଷାରାଣୀ ପଟେଲ ଯୋଗ ଦେଇଥିଲେ । ଭାଷଣରେ ସେ ପ୍ରଥମେ ତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ରମେଶ ମାଝୀ ଓ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ପ୍ରଥମ ଥର କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଥିଲେ । ଏହାପରେ ଲୋକଙ୍କ ପରାମର୍ଶ ସମର୍ଥନ ଲୋଡିଥିଲେ ।

ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ,

ପରେ ପରେ ଭାଷଣରେ ଭୋଳ ହୋଇ ଭୁଲ କଥା କହି ପକାଇଲେ । ବିଜୟ ବଦଳରେ ପରାସ୍ତ ହେବେ ବୋଲି କହିଦେଲେ । ବିପୁଳ ସଂଖ୍ୟାରେ ଭୋଟ ଦେଇ ପରାଜିତ କରିବାକୁ କହି ଦେଇଛନ୍ତି ବର୍ଷା । ତାଙ୍କ ଭାଷଣ ସରିବା ପରେ ଉପସ୍ଥିତ ନେତା ଓ କର୍ମୀଙ୍କ ମଧ୍ଯରେ ଭ୍ରୁକଞ୍ଚନ ସୃଷ୍ଟି ହୋଇଥିଲା । ପ୍ରଥମ କରି ମଞ୍ଚରେ ଠିଆ ହୋଇ ଭାଷଣ ଦେଇଥିବାରୁ ବର୍ଷା କହୁ କହୁ ଏପରି କହିଦେଇଥିବା ବିଜେଡି ନେତା ଓ କର୍ମୀମାନେ କହି ମନକୁ ବୁଝାଇ ଦେଇଛନ୍ତି ।

ଭାଷଣରେ ଭୋଳ ହୋଇଗଲେ ପ୍ରାର୍ଥୀ,

ହେଲେ ବର୍ଷାରାଣୀ ପଟେଲଙ୍କୁ ପ୍ରାର୍ଥୀ କରିବା ପରଠାରୁ ବିଜେଡିରେ ଅସନ୍ତୋଷ ବଢିଥିବା କୁହାଯାଉଛି । ତାହା ସମାଧାନ ହୋଇନଥିବା ବେଳେ ବର୍ଷାଙ୍କ ଏହି ଭାଇରାଲ ଭିଡିଓ ଏବେ ଆହୁରି ଅଡୁଆ ବଢାଇବାରେ ଲାଗିଛି । କାରଣ ଜଣେ ଉଚ୍ଚଶିକ୍ଷିତ(ଗ୍ରାଜୁଏଟ) ପ୍ରାର୍ଥୀ ନିଜ ଭାଷଣରେ ଏମିତି କେମିତି କହିପାରିଲେ ? ତାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା କୁହାଯାଉଛି । ଏହାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବର୍ଷାରାଣୀ ପଟେଲଙ୍କୁ ଚନ୍ଦାହାଣ୍ଡି ବ୍ଲକ ଜୋନ 1 ରେ ଥିବା ମାଲି ସମ୍ପ୍ରଦାୟର ଭୋଟର ସମର୍ଥନ କରୁନାହାଁନ୍ତି । ଯାହା ଏବେ ବିଜେଡି ପାଇଁ ବଡ ସମସ୍ୟା ହୋଇଛି । ଚର୍ଚ୍ଚା ଅନୁସାରେ ଏହି ଆସନକୁ ବିଜୟୀ ହେବା ପାଇଁ ବିଜେଡିକୁ ସେତେ ସହଜ ହେବ ନାହିଁ । ତେବେ ଦେଖିବାର କଥା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବର୍ଷାରାଣୀ ପଟେଲ ଏହି ଭାଇରାଲ ଭିଡିଓ ପରେ ବିଜେଡି ଏହି ଆସନକୁ ଦଖଲ କରିପାରୁଛି କି ନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jan 28, 2022, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.