ETV Bharat / state

Municipal Election: ଶେଷଦିନରେ ନବରଙ୍ଗପୁରରେ କମ୍ପିଲା ପୌର ପ୍ରଚାର ମୈଦାନ

ପୌର ନିର୍ବାଚନ ପ୍ରଚାର ଶେଷ ଦିନରେ କମ୍ପିଲା ନବରଙ୍ଗପୁର । ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ

Municipal Election: ନବରଙ୍ଗପୁରରେ କମ୍ପୁଛି ପ୍ରଚାର ମଇଦାନ

author img

By

Published : Mar 22, 2022, 11:01 PM IST

ନବରଙ୍ଗପୁର: ପୌର ନିର୍ବାଚନ ପ୍ରଚାର ଶେଷ ଦିନରେ କମ୍ପିଲା ନବରଙ୍ଗପୁର । ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି କରିଛନ୍ତି । ସେହିପରି ନିର୍ବାଚନକୁ ନେଇ ନବରଙ୍ଗପୁର ସହରାଞ୍ଚଳ ରାଜନୈତିକ ସରଗରମ ରହିଛି । ନବରଙ୍ଗପୁର ପୌର ପରିଷଦର ଗାଦବାଗୁଡା ୧୩ନଂ ଓ୍ବାର୍ଡ ଉପରେ ସମସ୍ତଙ୍କ ନଜର ରହିଛି । ଏହି ୱାର୍ଡରେ ବିଜେଡିର ରଞ୍ଜିତା ପଣ୍ଡା ଓ ବିଜେପିର ସଂଯୁକ୍ତା ସାହୁ ଏବଂ ସ୍ବାଧୀନ ଭାବେ ହେମଲତା ଆଚାର୍ଯ୍ୟ ନିର୍ବାଚନ ଲଢୁଛନ୍ତି । ହେଲେ ଚଳିତ ଥର କଂଗ୍ରେସ ଦଳ ପକ୍ଷରୁ ଏହି ଓ୍ବାର୍ଡରେ କୌଣସି ପ୍ରାର୍ଥୀ ଦିଆଯାଇ ନାହିିଁ ।

Municipal Election: ନବରଙ୍ଗପୁରରେ କମ୍ପୁଛି ପ୍ରଚାର ମଇଦାନ

ସେହିଭଳି ଏହି ଓ୍ବାର୍ଡ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବା ସମ୍ଭାବନା ରହିଛି । ଏହା ସହିତ ପାନୀୟ ଜଳ, ଶୋଚନୀୟ କଂକ୍ରିଟ ରାସ୍ତା ଓ୍ବାର୍ଡବାସୀଙ୍କ ଦୀର୍ଘ ଦିନର ସମସ୍ୟା ପାଲଟିଛି । ଏପଟେ ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟଜଳ ସମସ୍ୟାକୁ ନେଇ ଏହି ୱାର୍ଡରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେଇ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.