ETV Bharat / state

ନାଗରିକତା ସଂଶୋଧନ ଆଇନ ବାତିଲ ଦାବିରେ ନବରଙ୍ଗପୁରରେ ବିଶାଳ ରାଲି - Caa and nrc protester

ନବରଙ୍ଗପୁର ଜିଲ୍ଲା ଏସଟି, ଏସି, ଓବିସି, ମୁସଲିମ ଜନଜାତି ଏକତା ମଞ୍ଚର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ଏହି ଆଇନ ଆମ ମୂଳ ନିବାସୀମାନଙ୍କୁ ଭାଗ ଭାଗ କରିବା ପାଇଁ ଲାଗୁ କରାଯାଇଛି ବୋଲି ପ୍ରତିବାଦକାରୀ କହିଛନ୍ତି। ଅଧିକ ଖବର ପଢନ୍ତୁ...

caa_ and NRC rally
ନାଗରିକତା ସଂଶୋଧନ ଆଇନ ବାତିଲ ଦାବିରେ ନବରଙ୍ଗପୁରରେ ବିଶାଳ ରାଲି
author img

By

Published : Feb 17, 2020, 11:40 PM IST

ନବରଙ୍ଗପୁର: ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଏପରି ବିଭିନ୍ନ ନାରା ଦେଇ ଆଜି ହଜାର ହଜାର ସଂଖ୍ୟାରେ ଲୋକେ ନବରଙ୍ଗପୁରରେ ଏକତ୍ରିତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସିଏଏ, ଏନଆରସି,ଏନପିଆର ସମ୍ବିଧାନ ବିରୋଧୀ ନାଗରିକତା ସଂଶୋଧନ ଆଇନ ବାତିଲ ପାଇଁ ଦାବି କରିବା ସହ ୫ ଦଫା ଦାବି ନେଇ ନବରଙ୍ଗପୁରରେ ବିଶାଳ ରାଲି ଓ ଜନସମାବେଶ କରିଥିବା ଦେଖିବାକୁ ମିଳିଛି।

ନାଗରିକତା ସଂଶୋଧନ ଆଇନ ବାତିଲ ଦାବିରେ ନବରଙ୍ଗପୁରରେ ବିଶାଳ ରାଲି

ନବରଙ୍ଗପୁର ଜିଲ୍ଲା ଏସଟି, ଏସି, ଓବିସି, ମୁସଲମାନ ଜନଜାତି ଏକତା ମଞ୍ଚର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ଏନେଇ ଆଜି ନବରଙ୍ଗପୁର ଚାମୁରିଆଗୁଡାଠାରୁ ଏକ ବିଶାଳ ରାଲି ଶାନ୍ତି ପୂର୍ଣ୍ଣ ଭାବେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି l

ଏହାପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ସେଠାରେ ମଧ୍ୟ ବିରାଟ ଜନସମାବେଶ ଦେଖିବାକୁ ମିଳିଛି। ସ୍ବାଧୀନତାର ୭୪ ବର୍ଷ ପରେ ଏବଂ ଗଣତନ୍ତ୍ର ରାଷ୍ଟ୍ରର ୭୧ ତମ ଅତିକ୍ରମ ପରେ ବର୍ତ୍ତମାନ କେନ୍ଦ୍ରର ବିଜେପି ସରକାର ସମ୍ବିଧାନ ଉପରେ ବଡ଼ ଆଘାତ କରୁଛନ୍ତି। ଯାହାକି ବିଶ୍ବ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ଏବଂ ସିଏଏ ଓ ଏନଆରସି ଲାଗୁକରି ଭାରତର ଅଖଣ୍ଡତା, ଏକତାକୁ ନଷ୍ଟ କରିବାକୁ ଯାଉଛନ୍ତି ବୋଲି ପ୍ରତିବାଦକାରୀ କହିଛନ୍ତି।

ଏହି ଆଇନ ଆମ ମୂଳନିବାସୀମାନଙ୍କୁ ଭାଗ ଭାଗ କରିବା ପାଇଁ ଲାଗୁ କରାଯାଇଛି। ତେଣୁ ଆମେ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତିବାଦକାରୀ l ପ୍ରକାଶ ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏତେ ବଡ଼ ରାଲି ଓ ଜନସମାବେଶ ଦେଖିବାକୁ ମିଳିଛି। ତେଣୁ ଏହାର ପ୍ରଭାବ ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ ବୋଲି ପ୍ରତିବାଦକାରୀ ମାନେ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.