ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅଣ୍ତାମାଡ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ - ନବରଙ୍ଗପୁର ଖବର

ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ଘଟଣା । ଏହି ଅଣ୍ତାମାଡରେ ବିଜେପି କର୍ମୀଙ୍କ ହାତଥିବା ଅଭିଯୋଗରେ ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଯାହାକୁ ବିରୋଧ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅଣ୍ତାମାଡ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Dec 26, 2021, 8:51 PM IST

ନବରଙ୍ଗପୁର : ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ଘଟଣା । ଏହି ଅଣ୍ତାମାଡରେ ବିଜେପି କର୍ମୀଙ୍କ ହାତଥିବା ଅଭିଯୋଗରେ ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଯାହାକୁ ବିରୋଧ କରିଛି ଜିଲ୍ଲା ବିଜେପି । ପୋଲିସର କାର୍ଯ୍ୟାନୁଷ୍ଠାନ ବନ୍ଦ ନ ହେଲେ ଆନ୍ଦୋଳନ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଇଛି ଜିଲ୍ଲା ବିଜେପି । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡି ଉପରକୁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଅଣ୍ଡା ମାଡ଼ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅଣ୍ତାମାଡ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଯାହା ବିରୋଧରେ ନବରଙ୍ଗପୁର ଜିଲ୍ଲା ବିଜେଡି ତରଫରୁ ଥାନାରେ ଏତଲା ଦିଆଯାଇଥିଲା । ତେବେ ମନ୍ତ୍ରୀ ମାନେ ସରକାରୀ କାର୍ଯ୍ୟକ୍ରମରେ ଆସିଥିବାବେଳେ କାହିଁକି ବିଜେଡି ଲେଟର ପ୍ୟାଡ଼ରେ ବିଜେଡି କର୍ମୀ ଏତଲା ଦେଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଜିଲ୍ଲା ପୋଲିସ ବିଜେଡି କର୍ମୀ ଭଳି କାମ କରୁଥିବା ଅଭିଯୋଗ କରି ପୋଲିସ ବିଜେପି କର୍ମୀଙ୍କ ଉପରେ ୩୦୭, ୫୦୬, ୧୦୨ ଭଳି ସଙ୍ଗୀନ ଦଫା ଲଗାଇଥିବା ଅଭିଯୋଗ କରିଛି ବିଜେପି । ଏଥିସହ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ବିଜେପିର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିଲେ । କିନ୍ତୁ ସେମାନଙ୍କ ଉପରେ ବି ପୋଲିସ ସେହି ଦଫା ଗୁଡିକ ଲଗାଇଛି । ଏହାସହ ପୋଲିସ ସାଧା ପୋଷାକରେ ଆସି ରାତି ଅଧିଆ ବିଜେପି କର୍ମୀଙ୍କ ଘରେ ଚଢ଼ାଉ କରୁଛି ।

ମହିଳା ପୋଲିସକୁ ସାଙ୍ଗରେ ନ ଧରି ସାଧା ପୋଷାକରେ ଚଢ଼ାଉ କରୁଛି । ସେ ସମୟରେ ଯଦି ବିଜେପି କର୍ମୀଙ୍କ ମା ଓ ଭଉଣୀ ଅସଦାଚରଣ ଭଳି ଘଟଣର ସମ୍ମୁଖୀନ ହୁଅନ୍ତି । ତେବେ ଏଥିପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛି ବିଜେପି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରିବା ସହ ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରେ । ଆଗାମୀ ଦିନରେ ବିଜେପି ତରଫରୁ ଆନ୍ଦୋଳନ କରାଯିବ। ଏନେଇ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀରେ ପୋଲିସ ବିରୋଧରେ ଅଭିଯୋଗ କରିବା ସହ ଆନ୍ଦୋଳନର ଧମକ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.