ETV Bharat / state

ନଗରପାଳଙ୍କୁ ଦୁର୍ବ୍ୟବହାର ! ବନ୍ଦ ଡାକରା ଦେଲା ବିଜେପି

author img

By

Published : Jan 3, 2023, 9:53 PM IST

ନଗରପାଳଙ୍କୁ ଦୁର୍ବ୍ୟବହାର କରିବା ନେଇ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ଏନେଇ ଜନଜୀବନ ପ୍ରଭାବିତ । ଅଧିକ ପଢନ୍ତୁ

nabarangpur bandh
nabarangpur bandh
nabarangpur bandh

ନବରଙ୍ଗପୁର: ନଗରପାଳଙ୍କୁ ଦୁର୍ବ୍ୟବହାର ନେଇ ପ୍ରତିବାଦ। ଏନେଇ 12 ଘଣ୍ଟିଆ ବନ୍ଦ ଡାକରା କରିଛି ବିଜେପି। ଏହି ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ଉପରେ ପ୍ରଭାବ ପଡିଛି। ତେବେ ବିଜେପି କର୍ମୀ ସହର ସାରା ବୁଲି ପିକେଟିଂ କରୁଥିବା ବେଳେ ବିଗତ 2 ଦିନ ମଧ୍ୟରେ ପ୍ରଶାସନ ସହ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ର ରାସ୍ତା ବାହାରି ପାରିନାହିଁ। PD କ୍ଷମା ପ୍ରାର୍ଥନା କରିବା ସହ ଜିଲ୍ଲାରୁ ବଦଳି କରା ନ ଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନା ମୁତାବକ, ଗତ 1ତାରିଖ ଦିନ ବିଶ୍ଵ ହକି କପ୍ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଥିଲା । ଏନେଇ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକଙ୍କୁ ପ୍ରକଳ୍ପ ନିର୍ଦ୍ଦେଶିକା ଅନ୍ୟା ଦାସ ଅପମାନ କରି ତାଙ୍କୁ ବସିଥିବା ଚେୟାରରୁ ଉଠେଇ ଦେଇ ଥିଲେ । ଏହାକୁ ପ୍ରତିବାଦ କରି କୁନୁ ନାୟକ ସହ ବିଜେପି କର୍ମୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ DRDA କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିବା ସହ ଜାତୀୟ ରାଜପଥ କୁ ଅବରୋଧ କରି କରିଛନ୍ତି। ତେବେ ଯେତେବଳେ ପର୍ଯ୍ୟନ୍ତ PD, DRDA କ୍ଷମା ପ୍ରାର୍ଥନା ନ କରନ୍ତି ସେତେ ବେଳେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ଏହାକୁ ପୂର୍ଣ୍ଣ ସମର୍ଥନ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ବୋଲି ପ୍ରକାଶ କରାଯାଇଛି।

ଅନ୍ୟପଟେ ବିଜେପି ରୁ 12 ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏଥିସହ ୨୬ ନମ୍ୱର ଜାତୀୟ ରାଜପଥ ଶହ ଶହ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଅପର ପକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ସମାଧାନ ପାଇଁ ପ୍ରୟାସ ଜାରି ରଖିଥିବା ପ୍ରକାଶିତ ।

ପ୍ରକାଶ ଥାଉକି ରବିବାର ହକି ବିଶ୍ବକପ ଟ୍ରଫିର ସ୍ବାଗତ ଉତ୍ସବରେ ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ ଦୁର୍ବବ୍ୟହାର କରିଥିଲେ । ନଗରପାଳଙ୍କୁ କିଏ ବୋଲି ପ୍ରଶ୍ନ କରିବା ସହ ଚୌକିରେ ବସିବାକୁ ଦେଇନଥିଲେ । ଏହି ଘଟଣାକୁ ଜିଲ୍ଲା ବିଜେପି ଓ କର୍ମକର୍ତ୍ତାମାନେ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.