ETV Bharat / state

ପଞ୍ଚାୟତ ନିର୍ବାଚନରେ ପ୍ରଦୀପଙ୍କ ଯାଦୁ, ନବରଙ୍ଗପୁରରେ ବିଜେଡି ହେଲା ଶକ୍ତିଶାଳୀ

ନବରଙ୍ଗପୁରରେ ବିଜେଡିର ସଫଳତାକୁ ନେଇ ଏବେ ଚର୍ଚ୍ଚାରେ ରହିଛି ପ୍ରଦୀପ ମାଝୀଙ୍କ ନାମ । ପ୍ରଦୀପଙ୍କ ମ୍ୟାଜିକ ଯୋଗୁଁ ବିଜେଡି ଏଠାରେ ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ଟି ଆସନରେ ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ

author img

By

Published : Mar 2, 2022, 9:54 PM IST

ପଞ୍ଚାୟତ ନିର୍ବାଚନରେ ପ୍ରଦୀପଙ୍କ ଯାଦୁ, ନବରଙ୍ଗପୁରରେ ବିଜେଡି ହେଲା ଶକ୍ତିଶାଳୀ
ପଞ୍ଚାୟତ ନିର୍ବାଚନରେ ପ୍ରଦୀପଙ୍କ ଯାଦୁ, ନବରଙ୍ଗପୁରରେ ବିଜେଡି ହେଲା ଶକ୍ତିଶାଳୀ

ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନ ୨୦୨୨ରେ ଅବିଶ୍ବସନୀୟ ସଫଳତା ହାସଲ କରିଛି ବିଜେଡି । ଯେଉଁସବୁ ସ୍ଥାନ ବିଜେପି ଓ କଂଗ୍ରେସର ଗଡ଼ ଥିଲା ସେସବୁ ସ୍ଥାନରେ ଏବେ ବିଜେଡି ଅକ୍ତିଆର କରିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ବିଜେଡିର ବିଜୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କାରଣ ଦିନେ ବିରୋଧୀଙ୍କ ଗଡ଼ କୁହାଯାଉଥିବା ନବରଙ୍ଗପୁର ଜିଲ୍ଲାରେ ଏବେ ଶାସକ ଦଳ ବିଜେଡି ୨୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୪ଟିରେ ବିଜୟ ହାସଲ କରିଛି ।

ବିଜେପି ଏଠାରେ ଖାତା ଖୋଲି ପାରିନଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି । ଗୋଟିଏ ଆସନରୁ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୨୬ଟି ଆସନ ମଧ୍ୟରୁ ୮ଟିରେ ବିଜୟ ହୋଇ ଦ୍ଵିତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ଏଥର କିନ୍ତୁ ଦଳ ଗୋଟିଏ ମଧ୍ୟ ଆସନରେ ବିଜୟୀ ହୋଇ ପାରିଲା ନାହିଁ । ସେପଟେ କଂଗ୍ରେସ ପକ୍ଷରୁ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡକ୍ଟର ଲିପିକା ମାଝୀ ପାପଡାହାଣ୍ଡି ଜୋନ୍‌ ୨ରେ ବିଜୟୀ ହୋଇଛନ୍ତି । ଏହା କଂଗ୍ରେସ ପାଇଁ କିଛି ଟା ଆଶ୍ବସ୍ତି ଆଣି ଦେଇଛି । ୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ୨୬ ଟି ଆସନ ମଧ୍ୟରୁ ୨୦ ଟି ଆସନ ରେ ବିଜୟୀ ହୋଇଥିଲା କଂଗ୍ରେସ ।

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ବିଜେଡିର ଗଡ଼ ସାଜିଲା । ତେବେ ଏହାର ଶ୍ରେୟ କାହାକୁ ଯିବ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଏଭଳି ସ୍ଥିତି ସଦ୍ୟ ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝୀଙ୍କ ମ୍ୟାଜିକ ବିଷୟରେ ଚର୍ଚ୍ଚା ଜୋର ଧରିଛି । ଜଣେ ଲଢୁଆ ନେତା ଭାବେ ପରିଚିତ ପ୍ରଦୀପ ମାଝୀ । ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାପ ପରେ ନବରଙ୍ଗପୁରରେ ଦଳ ଆହୁରି ମଝବୁତ ହୋଇଛି । ସେପେଟ ପ୍ରଦୀପଙ୍କୁ ହରାଇ କଂଗ୍ରେସ ଆହୁରି ଦୁର୍ବଳ ହୋଇ ପଡ଼ିଥିବା ଆଲୋଚନା ହେଉଛି ।

ପ୍ରଦୀପଙ୍କ ସଠିକ ନିର୍ବାଚନ ରଣନୀତି ନବରଙ୍ଗପୁର ଜିଲ୍ଲାରେ ବିଜେଡିକୁ ସୁହାଇଛି । ଯାହାଫଳରେ ଧରାଶାୟୀ ହୋଇ ପଡ଼ିଲେ ବିରୋଧୀ । ବର୍ତ୍ତମାନ ଏହି ସଫଳତା ପ୍ରଦୀପଙ୍କୁ ବିଜେଡିରେ ପତିଆରା ଜାହିର କରିବା ପାଇଁ ଅପୂର୍ବ ସୁଯୋଗ ଆଣିଦେଇଥିବା ରଜନୀତି ମହଲରେ ଚର୍ଚ୍ଚା ହେଉଛି । ପ୍ରଦୀପ ମାଝି କଂଗ୍ରେସ ଛାଡ଼ି ବିଜେଡିର ହାତ ଧରିବା ପରେ ବିଜେଡିକୁ ଲାଭ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।

ଏହି ନିର୍ବାଚନରେ ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହୋଇଛି ବିଜେପି । ଗତଥର ରାଇଘର ବ୍ଲକ୍‌ରେ ଦଳ ଭଲ ପ୍ରଦର୍ଶନ କରିଥିଲା । ଏହି ବ୍ଲକରେ ୪ଟି ଜୋନ ଦଖଲ କରିବାକୁ ସକ୍ଷମ ହୋଇଥିଲା ବିଜେପି । ଏହାର ପ୍ରଭାବ ବିଧାନସଭା ନିର୍ବାଚନରେ ସିଧାସଳଖ ଭାବରେ ଦେଖିବାକୁ ମିଳିଥିଲା । ହେଲେ ୫ ବର୍ଷ ମଧ୍ୟରେ ଏଠାରେ ଦଳ ଅଧିକ ମଜବୁତ ହେବା ବଦଳରେ ଶକ୍ତିହୀନ ହୋଇ ପଡ଼ିଛି ।

ହେଲେ ବିଜେଡିର ପ୍ରଦୀପ ମାଝୀ ଯୋଗ ଦେବାପରେ ଦଳ ଆହୁରି ମଜବୁତ ହୋଇଛି । ଯାହାର ପରିଣାମ ନବରଙ୍ଗପୁରରେ ଦେଖିବାକୁ ମିଳିଛି । ଏହାକୁ ପ୍ରଦୀପ ମାଝୀ ମ୍ୟାଜିକ୍‌ କୁହାଯାଉଛି । ତେବେ ଏହାଦ୍ବାରା ପ୍ରଦୀପ ମାଝୀ କେତେ ପତିଆରା ଜାହିର କରିବେ ତାହା ସମୟ କହିବ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.