ନବରଙ୍ଗପୁର: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ବ୍ଲକ ଝରିଗାଁ ଓ ଚନ୍ଦାହାଣ୍ଡିରେ ଭୋଟ ଗ୍ରହଣ ଚାଲିଛି । ବହୁସଂଖ୍ୟକ ଭୋଟର ନିଜର ପ୍ରିୟ ପ୍ରାର୍ଥୀଙ୍କୁ ବାଛୁଥିବାବେଳେ ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ଝରିଗାଁ ସଦର ବ୍ଲକ ଜୋନରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଭୋଟ ଦେଇଛନ୍ତି ।
ସେହିପରି ଚନ୍ଦାହାଣ୍ଡି ଦଣ୍ଡାମୁଣ୍ଡାରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମଧ୍ୟ ନିଜ ମତସାବ୍ୟସ୍ତ କରିଛନ୍ତି ।

ପ୍ରକାଶଥାଉ କି, ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମ ପଞ୍ଚାୟତରେ ଭୋଟଗ୍ରହଣ ଚାଲୁଛି । ମତଦାନ ପ୍ରକ୍ରିୟାରେ ବରିଷ୍ଠ ରାଜନୈତିକ ନେତୃବୃନ୍ଦମାନେ ଅଂଶଗ୍ରହଣ କରି ନିଜର ମତ ସାବ୍ୟସ୍ତ କରୁଥିବାର ଦେଖାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ