ନବରଙ୍ଗପୁର: ଭାରତର ୧୫ ତମ ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ବିଜେପି ଓ ବିଜେଡ଼ି ପକ୍ଷରୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।
ମୂର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ ବୋଲି କହିବା ସହ ନବରଙ୍ଗପୁର ଜିଲ୍ଲା ବିଜେପି ଓ ବିଜେଡ଼ି ଦଳ ନେତା ଓ କର୍ମୀ ମାନେ ଖୁସିରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ମିଠା ବଣ୍ଟନ କରିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର