ETV Bharat / state

ପ୍ରଥମ ବାୟୋଫର୍ଟିଲାଇଜର ୟୁନିଟ ଖୋଲି ଉଦାହରଣ ସାଜିଲେ ଉଦ୍ୟୋଗୀ କୃଷ୍ଣ ନାୟକ - କୃଷିରେ ରାସାୟନିକ ସାର

ନବରଙ୍ଗପୁରରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ ଖୋଲି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଦ୍ୟୋଗୀ କୃଷ୍ଣ ନାୟକ । ଅଧିକ ପଢନ୍ତୁ

ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ ଖୋଲି  ଉଦାହରଣ ସାଜିଛନ୍ତି ଉଦ୍ୟୋଗୀ କୃଷ୍ଣ ନାୟକ

author img

By

Published : Nov 5, 2022, 9:53 AM IST

ନବରଙ୍ଗପୁର: କୃଷିରେ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ସହିତ ଅନେକ ସମସ୍ୟା ଜଡିତ । ମୃତ୍ତିକା ସ୍ବାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଜୈବିକ ଚାଷ ଏବଂ ଜୈବସାର ର ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି । ସମ୍ପ୍ରତି ଭାରତରେ ବହୁ ପରିମାଣରେ ଜୈବିକ ସାର ବଜାରରେ ଉପଲବ୍ଧ ହେବା ଆରମ୍ଭ କରିଛି ଏଥିପାଇଁ ସରକାର ତରଫରୁ ବ୍ୟାପକ ପ୍ରୋତ୍ସାହନ ସହ ସୁଯୋଗ ସୃଷ୍ଟି କରିଛନ୍ତି କିଛି ଉଦ୍ୟୋଗୀ ଏହାର ଭରପୁର ଲାଭ ଉଠାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ୍ୟ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ ଖୋଲି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଦ୍ୟୋଗୀ କୃଷ୍ଣ ନାୟକ ।

ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ ଖୋଲି ଉଦାହରଣ ସାଜିଛନ୍ତି ଉଦ୍ୟୋଗୀ କୃଷ୍ଣ ନାୟକ

ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା, ଜିଲ୍ଲାରେ ଧାନ, ମକା, ବିଭିନ୍ନ ପନିପରିବା ପ୍ରମୁଖ କୃଷିଜାତ ଦ୍ରବ୍ୟ । ତେବେ ବିଡମ୍ବନା ଏୟା ଯେ ରସାୟନିକ ସାର ବ୍ୟବହାର କରିବାରେ ଜିଲ୍ଲା ରାଜ୍ୟରେ ଦ୍ଵିତୀୟ । ତେବେ ଏହାକୁ ପ୍ରତିହତ କରିବା ପାଇଁ ଆଶାର ଆଲୋକ ଭାବରେ ନବରଙ୍ଗପୁର ଜିଲ୍ଲାରେ ସ୍ଥାପିତ ହୋଇଛି ଏକ ବାୟୋ ଫାର୍ଟିଲାଇଜର ୟୁନିଟ । ଏହି ୟୁନିଟ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରଥମ ବାୟୋଫାର୍ଟିଲାଇଜର ୟୁନିଟ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ଠାରେ ରହିଛି ବାୟୋ ଫାର୍ଟିଲାଇଜର ଉତ୍ପାଦନ ୟୁନିଟ । ଆକାଙ୍ଖି ଜିଲ୍ଲା ନବରଙ୍ଗପୁର ଠାରେ କେନ୍ଦ୍ର ସରକାରଙ୍କ 12ଟି କେନ୍ଦ୍ରୀୟ ଅନୁଷ୍ଠାନ ସହଯୋଗରେ ଚାଲିଥିବା ପାଇଲଟ ପ୍ରକଳ୍ପ ବୈଜ୍ଞାନିକ ଜ୍ଞାନ କୌଶଳରେ କୃଷିକ୍ଷେତ୍ରର ଉନ୍ନତି କାର୍ଯ୍ୟକ୍ରମର ଏହା ହେଉଛି ଏକ ଅଂଶ ବିଶେଷ । ଏହି ବାୟୋ ଫାର୍ଟିଲାଇଜର ୟୁନିଟଟି କୃଷି ଉଦ୍ୟୋଗୀ କୃଷ୍ଣ ନାୟକଙ୍କ ଫାର୍ମରେ କାର୍ଯ୍ୟକ୍ଷମ ହୋଇଛି ।

ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆର୍ଥିକ ସହାୟତା ଓ ରାଷ୍ଟ୍ରୀୟ ବନଷ୍ପତ୍ତି ଅନୁସନ୍ଧାନ କେନ୍ଦ୍ର ଲକ୍ଷ୍ନୌର ବୈଜ୍ଞାନିକ ମାନଙ୍କ ପ୍ରଯୁକ୍ତି ଓ କାରିଗରୀ ଜ୍ଞାନ କୌଶଳ ଓ ପରାମର୍ଶ କ୍ରମେ ଏହି ୟୁନିଟ ପରିଚାଳନା କରାଯାଉଛି । ରାଷ୍ଟ୍ରୀୟ ବନଷ୍ପତ୍ତି ଅନୁସନ୍ଧାନ କେନ୍ଦ୍ର ଲକ୍ଷ୍ନୌର ବୈଜ୍ଞାନିକ ଓ ଜିଲ୍ଲା କୁଷି ବିଭାଗର ଅଧିକାରୀ ମାନେ ନିୟମିତ ବ୍ୟବଧାନରେ ୟୁନିଟକୁ ଆସି କାର୍ଯ୍ୟ ତଦାରଖ କରିଥାନ୍ତି । ଏହି ୟୁନିଟ ସ୍ଥାପନା ହେବା ଦ୍ବାରା ବାୟୋ ଫର୍ଟିଲାଇଜର ଉତ୍ପାଦନ ଠାରୁ ଆରମ୍ଭ କରି ବିକ୍ରୟ କାର୍ଯ୍ୟ ତଦାରାଖ ପାଇଁ ପ୍ରାୟ ଏକ ଶହ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି l

ଅନ୍ୟପଟେ ବାୟୋ ଫର୍ଟିଲାଇଜର ଉତ୍ପାଦନ ପାଇଁ ଏକ କୋଟି 30 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଆବଶ୍ୟକୀୟ ଅତ୍ୟାଧୁନିକ ଉପକରଣ ଓ ଯନ୍ତ୍ରପାତି ଥିବା ଏକ ଲାବୋର୍ଟରୀ ଏଠାରେ ସ୍ଥାପନ କରାଯାଇଛି। ଏଠାରେ ବାୟୋଫାର୍ଟିଲାଇଜର ପିଅନ ଆବଶ୍ୟକୀୟ ଜୀବକ ଓ କବକର କଲଚର କରାଯାଏ । ଏଥିପାଇଁ ଆବଶ୍ୟକୀୟ ସମସ୍ତ ଅତ୍ୟାଧୁନିକ ଉପକରଣ ଓ ଯନ୍ତ୍ରପାତି ରହିଛି। ଏଥିପାଇଁ 40 ପ୍ରତିଶତ ସବସିଡି ପକ୍ଷରୁ କରାଯାଇଛି । ବାୟୋ ଫର୍ଟିଲାଇଜର ହେଉଛି ଏକ ପ୍ରକାର ଜୀବ ଯାହାକି ମାଟିର ପୁଷ୍ଟିକର ଗୁଣକୁ ବୃଦ୍ଧି କରିଥାଏ। ଜୀବାଣୁ, କବକ ଏବଂ ସିଆନୋବ୍ୟାକ୍ଟେରିଆର ଏଗୁଡ଼ିକ ହେଉଛି ମୁଖ୍ୟ ଉତ୍ସ ।

ଜୀବାଣୁ ଗୁଡିକ ବାୟୁମଣ୍ଡଳୀୟ ନାଇଟ୍ରୋଜେନକୁ ଫିକ୍ସ କରି ଏହାକୁ ଜୈବିକ ରୂପରେ ପରିଣତ କରନ୍ତି ଯାହା ଦ୍ଵାରା ଉଦ୍ଭିଦମାନେ ଏହାକୁ ପୁଷ୍ଟିକର ଖାଦ୍ୟ ଭାବରେ ବ୍ୟବହାର କରିପାରନ୍ତି । ଅନ୍ୟ ଜୀବାଣୁ ଯେପରି କି ଆଜୋସ୍ପିରିଲମ୍ ଏବଂ ଆଜିଓଟୋବ୍ୟାକ୍ଟର୍ ମାଟିରେ ମୁକ୍ତ ଭାବରେ ବାସ କରନ୍ତି । ଏହା ମଧ୍ୟ ବାୟୁମଣ୍ଡଳୀୟ ନାଇଟ୍ରୋଜେନକୁ ଫିକସେସନ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ମାଟିରେ ଥିବା ନାଇଟ୍ରୋଜେନ୍ ପରିମାଣ ବଢିଥାଏ । ଏନେଇ ଜିଲ୍ଲାର କୃଷକମାନେ ଏବେ ସେମାନଙ୍କ କ୍ଷେତରେ ବାୟୋଫାର୍ଟିଲାଇଜର ବ୍ୟବହାର ଆରମ୍ଭ କଲେଣି।ଏହା ଦ୍ଵାରା ମୃତ୍ତିକାର ଉର୍ବରତା ବୃଦ୍ଧି ସହ ରାସାୟନିକ ସାର ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଉଛି ।

ରାସାୟନିକ ସାରର ବ୍ୟବହାର ଅମଳ ବୃଦ୍ଧି କରିଥାଏ, କିନ୍ତୁ ଅତ୍ୟଧିକ ବ୍ୟବହାର ହେତୁ ମୃତ୍ତିକାର ଗୁଣବତ୍ତା ଓ ଉର୍ବରତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ, କିନ୍ତୁ ବାୟୋଫର୍ଟିଲାଇଜରର ବ୍ୟବହାର ଫସଲରେ ପୁଷ୍ଟିକର ଯୋଗାଣ ସହିତ ମାଟିର ଅମଳ ବୃଦ୍ଧି କରିଥାଏ । ବାୟୋ ଫର୍ଟିଲାଇଜର ସମ୍ପର୍କରେ ଅଧିକରୁ ଅଧିକ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇ ନିୟମିତ ଭାବରେ ଚାଷୀ କର୍ମଶାଳା ଆୟୋଜିତ କରାଯାଉଛି । ଏଥିସହ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଚାଷୀ ସଚେତନତା କାର୍ଯ୍ୟକ୍ରମ ଜରିଆରେ 1000 ଚାଷ ଙ୍କ କ୍ଷେତରେ ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଛି ଏହାର ବ୍ୟବହାର ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.