ETV Bharat / state

କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ - strike

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଗ୍ରାମରେ ଭଲ ରାସ୍ତାଟିଏ ଦେଖିନାହାଁନ୍ତି ବାଗବେଡା ଗାଁ ଲୋକେ । ଅଭିଯୋଗ ପରେ କୌଣସି ଫଳ ନମିଳିବାରୁ ଶେଷରେ  ବାଧ୍ୟ ହୋଇ ନିଆରା ଢଙ୍ଗରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ବାଗବେଡା ଗାଁ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 31, 2019, 2:54 PM IST

ନବରଙ୍ଗପୁର: ବର୍ଷା ଦିନ ଆରମ୍ଭ ହୋଇଯାଇଥିବାବେଳେ ଝରିଗାଁ ବ୍ଲକ ବାଗବେଡା ଗାଁରେ ଭଲ ରାସ୍ତା ଖଣ୍ଡେ ନଥିବାରୁ ଯାତାୟତ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଫଳରେ ଗ୍ରାମକୁ ପକ୍କା ରାସ୍ତା କରିବାକୁ ବାରମ୍ବାର ଦାବି କରାଯିବା ସତ୍ତ୍ବେ ଫଳ ଶୂନ । ଶେଷରେ ବାଧ୍ୟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ବାଗବେଡା ଗାଁ ଲୋକେ ।

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଗ୍ରାମରେ ଭଲ ରାସ୍ତାଟିଏ ଦେଖିନାହାଁନ୍ତି ଏହି ଗାଁ ଲୋକେ । ବର୍ଷର ଅନ୍ୟ ଦିନେ ଯାହା ଯେମିତି ଚଳି ଯାଉଥିବାବେଳେ ବର୍ଷା ଦିନରେ ଏହି ରାସ୍ତାରେ ଚଳିବା ବହୁ କଷ୍ଟ ବୋଲି ଗ୍ରାମବାସୀ କହିଛନ୍ତି ।

ବର୍ଷାରେ ରାସ୍ତାରେ କାଦୁଅ ପଚପଚ ହେବା ସହ ଖାଲ ଗୁଡିକରେ ପାଣି ଜମି ରହୁଛି । ତେଣୁ ବାଗବେଡାରୁ ତହରାକରିଆଗୁଡ଼ାକୁ ଯାଇଥିବା ଏହି ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇଥିବାବେଳେ ରାଜନେତା କି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏବେ ବର୍ଷା ଲାଗି ରହିଥିବାରୁ ସମସ୍ୟା ଦୁଇ ଗୁଣିତ ହୋଇଯାଇଛି । ସ୍କୁଲ ଓ ଅଙ୍ଗନବାଡିକୁ ପିଲାମାନେ ଯାଇ ପାରୁନାହାଁନ୍ତି କିମ୍ବା ଗ୍ରାମରେ କୌଣସି ରୋଗୀ ଅବା ଗର୍ଭବତୀଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆସିପାରୁନାହିଁ ।

ବହୁବାର ଗ୍ରାମବାସୀ ଏନେଇ ଅଭିଯୋଗ କରିବା ସତ୍ତ୍ବେ କୌଣସି ଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ନିଆରା ଢଙ୍ଗରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ବାଗବେଡା ଗାଁ ଲୋକେ । ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:କାମରେ ଆସୁନି ପଶୁ ପକ୍ଷୀ ଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରାଣୀ ଧନ ଚିକିତ୍ସାଳୟ ।ମାସରେ ଗୋଟିଏ ଦିନ ଏହି ସରକାରୀ ସଂସ୍ଥା ଖୋଲାଯାଉଥିବାରୁ ପଶୁପାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।ଏପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।
ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ପଶୁପକ୍ଷୀ ଙ୍କ ସ୍ବାସ୍ଥ୍ୟ ନିମନ୍ତେ ସରକାର ପ୍ରାଣୀଧନ ଚିକିତ୍ସାଳୟ ସ୍ଥାପନ କରିଛନ୍ତି । ଏଥିପାଇଁ ଜଣେ ଏଲ ଆଇ ମଧ୍ୟ ନିଯୁକ୍ତି ପାଇଛନ୍ତି ।କିନ୍ତୁ ମାସ ଯାକର ଦରମା ପାଉଥିବା ପ୍ରାଣୀ ଚିକିତ୍ସକ ମାତ୍ର ଦିନେ କିମ୍ବା ଦୁଇ ଦିନ ବଘିଆପଡା ଯାଉଥିବା ବେଳେ ଅନ୍ୟ ଦିନ ତକ ବୌଦ୍ଧ ରେ ରହିଯାଉଛନ୍ତି ।ଫଳରେ କାର୍ଯ୍ୟାଳୟ ଫଳକରେ ସୀମିତ ରହି ସବୁବେଳେ ପ୍ରାଣୀ ଚିକିତ୍ସାଳୟ ରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି ।ଏପଟେ ପଶୁପାଳକ ଓ ଅନ୍ୟାନ୍ୟ ଲୋକେ ପଶୁପକ୍ଷୀ ଙ୍କ ସ୍ବାସ୍ଥ୍ୟ ନେଇ କୌଣସି ଭଲମନ୍ଦ ଜାଣି ପାରୁ ନାହାନ୍ତି । ଅଭିଯୋଗ ପାଇଲାପରେ ବିଭାଗୀୟ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।ତେବେ ସରକାରୀ ଦରମା ପାଉଥିବା କର୍ମଚାରୀଙ୍କ ଏଭଳି ମନୋଭାବ କାହିଁକି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Body:ମାସରେ ଦିନେ ଖୋଲାଯାଏ ପ୍ରାଣୀଧନ ଚିକିତ୍ସାଳୟ ।

Conclusion:ବାଇଟ-୧-ସୁଶାନ୍ତ ମହୀଷାଳ, ପଶୁପାଳକ
ବାଇଟ-୨-ଡଃ ଦେବରାଜ ବେହେରା, ପ୍ରାଣୀଧନ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.