ETV Bharat / state

କୋରୋନା ମୁକାବିଲା ପାଇଁ ବଡକୁମାରୀ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ

author img

By

Published : Mar 28, 2020, 10:44 PM IST

କୋରୋନା ମୁକାବିଲା ପାଇଁ ବଡକୁମାରୀ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ । ଗ୍ରାମର ମୁଖ୍ୟ ପ୍ରବେଶ ପଥରେ ବ୍ୟାରିକେଡ ଲଗାଇବା ସହ ବାହାରକୁ ଯାଇ ଗ୍ରାମକୁ ଫେରୁଥିବା ଲୋକଙ୍କ ହାତକୁ କରାଯାଉଛି ସାନିଟାଇଜ ।

Badkumari villagers' innovative efforts to covid-19 battle
କୋରୋନା ମୁକାବିଲା ପାଇଁ ବଡକୁମାରୀ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ

ନବରଙ୍ଗପୁର: କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଭୂତାଣୁକୁ କିପରି ରୋକାଯାଇପାରିବ ସେଥିପ୍ରତି ପ୍ରଶାସନ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି ସହରର ଅଧିକାଂଶ ଲୋକ ଏ ପର୍ଯ୍ୟନ୍ତ ସଚେତନ ନହୋଇ ବିନା କୌଣସି କାମରେ ବାହାରେ ବୁଲୁଛନ୍ତି । ଅନ୍ୟପଟେ ଗ୍ରାମାଞ୍ଚଳର ଲୋକ ମାନେ କୋରୋନା ଭାଇରସକୁ ନିଜ ଗ୍ରାମରେ ପ୍ରବେଶ ନ କରାଇବାକୁ ସମାଜରୁ ନିଜ ଗ୍ରାମକୁ ବିଚ୍ଛିନ୍ନ କରି ସଂକ୍ରମଣକୁ ରୋକିବାକୁ ପ୍ରୟାସ କରୁଥିବା ଦେଖାଯାଇଛି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ଗ୍ରାମରେ । କୋରୋନା ସଂକ୍ରମଣକୁ ପ୍ରତିରୋଧ ପାଇଁ ବାହାର ଲୋକଙ୍କୁ ଉମରକୋଟ ବ୍ଲକ ବଡକୁମାରି ଗ୍ରାମକୁ ପ୍ରବେଶ ମନା କରି ଦେଇଛନ୍ତି ଗ୍ରାମବାସୀ । ଗ୍ରାମର ମୁଖ୍ୟ ଫାଟକରେ ଏକ ବ୍ୟାରିକେଡ କରି ପାଳି ସହ ଜଗୁଛନ୍ତି ଦିନ ରାତି ୨୪ ଘଣ୍ଟା । ଏହି ଭୂତାଣୁ ଯେପରି ଗ୍ରାମକୁ ନଆସିବ ସେଥିପ୍ରତି ସଜାଗ ହୋଇ ବସି ରହିଛନ୍ତି । ଗ୍ରାମର ଲୋକଙ୍କୁ ଛାଡି ଦେଇ କୌଣସି ଲୋକଙ୍କୁ ଗ୍ରାମରେ ପ୍ରବେଶ କରିବାକୁ ଦେଉନାହାନ୍ତି। ଯଦି ଗ୍ରାମର ଲୋକ କୌଣସି ଜରୁରୀ କାମରେ ବାହାରକୁ ଯାଏ ତାହେଲେ ଫେରିବା ପରେ ନିଜ ହାତକୁ ସାନିଟାଇଜ଼ର କରିବା ପରେ ହିଁ ଗ୍ରାମରେ ପ୍ରବେଶ କରିବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହାସହ ଦିନରେ କେତେ ଜଣ ଗ୍ରାମକୁ ବାହାରକୁ ଯାଇ ପ୍ରବେଶ କରିଲେ ତାର ମଧ୍ୟ ଏକ ବିବରଣୀ ଖାତାରେ ନାମ ଲେଖି ଗ୍ରାମକୁ ପ୍ରବେଶ କରିବାକୁ ଦେଉଛନ୍ତି ଗ୍ରାମବାସୀ ।

ତେବେ ବଡକୁମାରୀ ଗ୍ରାମବାସୀଙ୍କ ଏପରି ପଦକ୍ଷେପ ଓ ଲୋକଙ୍କୁ ସଚେତନ କରିବା ଦୃଶ୍ୟ ନିହାତି ଭାବରେ ଏକ ଉଦାହରଣ ଏବଂ ସହରରେ ରହୁଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଇପାରିବ । ଏହି ମାନଙ୍କୁ ଦେଖି ଅନେକ ସଚେତନ ହେବା ସହ କୋରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ସହ କୋରୋନା ବିରୋଧ ଲଢେଇରେ ନିଜକୁ ସାମିଲ କରିବେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.