ETV Bharat / state

ନବରଙ୍ଗପୁରରେ କଂଗ୍ରେସକୁ ଆଉ ଏକ ଝଟକା - ନଗର କଂଗ୍ରେସ ସଭାତି ପଦରୁ ଭୀମ ହରିଜନଙ୍କ ଇସ୍ତଫା

ନବରଙ୍ଗପୁର ଜିଲ୍ଲା କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ପୌର ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଲେ ନବରଙ୍ଗପୁର ନଗର କଂଗ୍ରେସ ସଭାପତି । ଅଧିକ ପଢନ୍ତୁ

ନବରଙ୍ଗପୁରରେ କଂଗ୍ରେସକୁ ଆଉ ଏକ ଝଟକା
ନବରଙ୍ଗପୁରରେ କଂଗ୍ରେସକୁ ଆଉ ଏକ ଝଟକା
author img

By

Published : Mar 5, 2022, 9:32 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ପୌର ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଲେ ନବରଙ୍ଗପୁର ନଗର କଂଗ୍ରେସ ସଭାପତି ।

ନବରଙ୍ଗପୁରରେ କଂଗ୍ରେସକୁ ଆଉ ଏକ ଝଟକା

ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଭୀମ ହରିଜନ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହିତ ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଭୀମ ହରିଜନ ପୂର୍ବରୁ କାଉନସିଲର ଥିଲେ । ଏଥିସହ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିବା ବେଳେ ସେ କଂଗ୍ରେସ ଦଳ ତରଫରୁ ନବରଙ୍ଗପୁର ପୌରାଞ୍ଚଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଶୀର୍ଷରେ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସବୁ ଆକଳନକୁ ପଛକୁ ଠେଲି ଦେଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କ ସହ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତାଜ ଇମ୍ରାନ ସରିଫ ମଧ୍ୟ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କୁ ପ୍ରଦୀପ ମାଝୀଙ୍କ ଅନୁଗତ ଭାବେ ବିବେଚନା କରାଯାଏ । କଂଗ୍ରେସ ଦଳରୁ ଇସ୍ତଫା ସହ ଭୀମ ହରିଜନ ନିଜର ୨୦୦ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଏକ ମିଶ୍ରଣ ପର୍ବରେ ବିଜେଡି ରେ ଯୋଗ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝି ତଥା ଜିଲ୍ଲାସ୍ତରୀୟ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.