ETV Bharat / state

୩ ଦିନର ଶିଶୁପୁତ୍ରକୁ ଲୁହାକଣ୍ଟାରେ ଚେଙ୍କ - baby boy hot iron rod branding case in nabarangpur

କାନ୍ଦିବାରୁ 3 ଦିନର ଶିଶୁପୁତ୍ରକୁ ଚେଙ୍କ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ଶିଶୁପୁତ୍ର । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା ।

nabarangpur
୩ ଦିନର ଶିଶୁପୁତ୍ରକୁ ଚେଙ୍କ
author img

By

Published : Jun 3, 2020, 6:16 PM IST

ନବରଙ୍ଗପୁର: ପୁଣି ଶିଶୁପୁତ୍ରକୁ ଚେଙ୍କ । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ମାତ୍ର 3 ଦିନର ଶିଶୁପୁତ୍ରକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ ମୋକିଆ ଗ୍ରାମର ଯଦୁ ବିସିଙ୍କ ସ୍ତ୍ରୀ ଦୁର୍ମିଳା ବିସି ଗତ ମାସ ୩‍୦ ତାରିଖରେ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମାତ୍ର ଘରକୁ ଶିଶୁକୁ ନେଇ ଫେରିବା ପରେ ଶିଶୁଟି ବହୁତ ସମୟ ଧରି କାନ୍ଦିବାରୁ ବାପା ଯଦୁ ବିସି ଏକ ଲୁହା କଣ୍ଟା ସାହାଯ୍ୟରେ ଶିଶୁର ପେଟ ସାରା ଚେଙ୍କ ଦେଇଥିଲେ ।

୩ ଦିନର ଶିଶୁପୁତ୍ରକୁ ଚେଙ୍କ

ଚେଙ୍କ ଦେବାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ଗତକାଲି (ମଙ୍ଗଳବାର) ରାତ୍ରୀରେ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅନ୍ଧ ବିଶ୍ବାସକୁ ଆଦରି ଚେଙ୍କ ଦିଆଯାଇଛି । ତେବେ ତା'ର ଅବସ୍ଥା ସ୍ଥିର ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.