ETV Bharat / state

ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର - ଅଙ୍ଗନବାଡି କେନ୍ଦ୍ରର ପ୍ରକୃତ ଚିତ୍ର

ବାହାରୁ ଦେଖିଲେ ଚିକ୍କଣ । ଭିତରେ କାନ୍ତ ଫାଟି ଆଁ କଲାଣି । ଚଟାଣରୁ ସିମେଣ୍ଟ ବାହାରି ଗଲାଣି । କେତେବେଳେ କାନ୍ଥ ଭୁଷୁଡି ଯିବ କିଛି ଭରଷା ନାହିଁ । ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 12, 2019, 5:28 AM IST

ନବରଙ୍ଗପୁର: ସରକାର ଶିକ୍ଷା ଓ ଶିଶୁଙ୍କ ବିକାଶ ନାଁ ରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତରେ ଏହା କେତେ କାମରେ ଆସୁଛି ଦେଖନ୍ତୁ ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଛୁଇଁମାଟିଗୁଡା ଅଙ୍ଗନବାଡି କେନ୍ଦ୍ରର ପ୍ରକୃତ ଚିତ୍ର ।

ବାହାରୁ ଦେଖିଲେ ଚିକ୍କଣ । ଭିତରେ କାନ୍ତ ଫାଟି ଆଁ କଲାଣି । ଚଟାଣରୁ ସିମେଣ୍ଟ ବାହାରି ଗଲାଣି । କେତେବେଳେ କାନ୍ଥ ଭୁଷୁଡି ଯିବ କିଛି ଭରଷା ନାହିଁ । ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଏହା ହେଉଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତର ଛୁଇଁମାଟି ଗୁଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଦୃଶ୍ୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଏହି କେନ୍ଦ୍ରରେ ୩୦ ରୁ ଅଧିକ ପଢୁଥିବାବେଳେ ଗର୍ଭବତୀ ଓ ପ୍ରସୂତି ମାନେ ଆସିଥାନ୍ତି ଏହି କେନ୍ଦ୍ରକୁ । ହେଲେ ଗୃହର ଏମିତି ଅବସ୍ଥା ଦେଖି ସମସ୍ତଙ୍କ ମନରେ ଏବେ କୋକୁଆ ଭୟ । ଅନ୍ୟପଟେ ଅଙ୍ଗନବାଡି କର୍ମୀ ସବୁବେଳେ ଆସୁନଥିବାରୁ ପିଲାଙ୍କୁ ପାଖରେ ଥିବା କମିଟି ଗୃହ ବାରଣ୍ଡାରେ ପାଠ ପଢାଉଛନ୍ତି ପାଚିକା ।

ଠିକାଦାର ନିମ୍ନମାନର କାମ କରିଥିବାରୁ ଗୃହ ନିର୍ମାଣ ହେବାର ତିନିବର୍ଷ ନପୂରୁଣୁ କାନ୍ଥ ଭୁଷୁଡ଼ିବା ଅବସ୍ଥାକୁ ଆସିଲାଣି । ସେହିପରି ଝରିଗାଁ ବ୍ଲକରେ ରହିଛି ୨୯୩ ଅଙ୍ଗନବାଡି କେନ୍ଦ୍ର । ସେଥିମଧ୍ୟରୁ ୫୦ ଗୋଟି କେନ୍ଦ୍ରର ଗୃହ ନଥିବାରୁ ଭଡାଘରେ, ସ୍କୁଲ ବାରଣ୍ଡାରେ ଓ କେତୋଟି ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲିଛି କେନ୍ଦ୍ର ।

ସେଥିମଧ୍ୟରୁ ୨୬ ଅଙ୍ଗନବାଡି କେନ୍ଦ୍ର ଗୃହର କାର୍ଯ୍ୟ ନିର୍ମାଣ କରିବାରେ ବିଳମ୍ବ ହେଉଥିବା ବେଳେ ୨୪ ଗୋଟି ଅଙ୍ଗନବାଡି କେନ୍ଦ୍ରର ଗୃହ ବିଲକୁଲ ନାହିଁ । ଏନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରିଆଙ୍କୁ ଯୋଗାଯୋଗ କରିବାରୁ ଅସମ୍ପୂର୍ଣ୍ଣ ଥିବା କେନ୍ଦ୍ର ଗୁଡ଼ିକର ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହ ନୂତନ କେନ୍ଦ୍ର ମଧ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:sloug -ବିପଦ ଶଙ୍କୁଳ ଅଙ୍ଗନବାଡି କେନ୍ଦ୍ର ଗୃହ । ଗାଁ କମିଟି ଗୃହରେ ଚାଲିଛି ଶିକ୍ଷା ଦାନ
ତା-୧୧.୧୦.୨୦୧୯
ସ୍ଥାନ- ନବରଙ୍ଗପୁର
ରିପୋର୍ଟ- ତପନ ବିଶୋଇ

Anchor - ସରକାର ଶିକ୍ଷା ଓ ଶିଶୁଙ୍କ ବିକାଶ ନାଁ ରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତରେ ଏହା କେତେ କାମରେ ଆସୁଛି ଆସନ୍ତୁ ଦେଖିବା ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଛୁଇଁମାଟିଗୁଡା ଅଙ୍ଗନବାଡି କେନ୍ଦ୍ର ର ପ୍ରକୃତ ଚିତ୍ର ।
ବାହାରୁ ଦେଖିଲା ବେଳେ ଚିକଣ । ଭିତରେ କାନ୍ତ ଫାଟି ଆଁ କଲାଣି । ଚଟାଣ ରୁ ସିମେଣ୍ଟ ବାହାରି ଗଲାଣି । କେତେବେଳେ କାନ୍ଥ ଭୁଷୁଡି ଯିବ କିଛି ଭରଷା ନାହିଁ । ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଏହା ହେଉଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ର ଛୁଇଁମାଟି ଗୁଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଦୃଶ୍ୟ । ଏହି କେନ୍ଦ୍ର ରେ ୩୦ ରୁ ଅଧିକ ପଢୁ ଥିବାବେଳେ ଗର୍ଭବତୀ ଓ ପ୍ରସୂତି ମନେ ଆସିଥାନ୍ତି ଏହି କେନ୍ଦ୍ର କୁ । କିନ୍ତୁ ଏବେ କେତେବେଳେ ଗୃହଟିର ଭୁଷୁଡ଼ି ଭୟରେ ଆସିବାକୁ ଡରୁଛନ୍ତି । ଅନ୍ୟପଟ ଅଙ୍ଗନବାଡି କର୍ମୀ ସବୁବେଳେ ଆସୁନଥିବାରୁ ପିଲାଙ୍କୁ ପାଖରେ ଥିବା କମିଟି ଗୃହ ବାରଣ୍ଡାରେ ପାଠ ପଡାଉ ଛନ୍ତି ପାଚିକା ଏପରି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଠିକାଦାର ନିମ୍ନମାନର କାମ କରିଥିବାରୁ ଗୃହ ନିର୍ମାଣ ହୋଇ ତିନି ବର୍ଷ ନ ପୁରୁଣୁ କାନ୍ଥ ଭୁଷୁଡ଼ିବା ଅବସ୍ଥାକୁ ଆସିଲାଣି।
ସେହିପରି ଝରିଗାଁ ବ୍ଲକ ରେ ରହିଛି ୨୯୩ ଅଙ୍ଗନବାଡି କେନ୍ଦ୍ର , ସେଥିମଧ୍ୟରୁ ୫୦ ଗୋଟି କେନ୍ଦ୍ର ର ଗୃହ ନଥିବାରୁ ଭଡାଘରେ, ସ୍କୁଲ ବାରଣ୍ଡାରେ ଓ କେତଟି ଅଙ୍ଗନବାଡି କର୍ମୀ ଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ସେଠି ମଧ୍ୟରୁ ୨୬ ଅଙ୍ଗନବାଡି କେନ୍ଦ୍ର ର ଗୃହର କାର୍ଯ୍ୟ ନିର୍ମାଣ କରିବାର ବିଳମ୍ବିତ ହେଉଥିବା ବେଳେ ୨୪ ଗୋଟି ଅଙ୍ଗନବାଡି କେନ୍ଦ୍ର ର ଗୃହ ମୋଟେରୁ ନାହିଁ ।
ଏନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରିଆ ଙ୍କୁ ଯୋଗାଯୋଗ କରିବାରୁ ଅସମ୍ପୂର୍ଣ୍ଣ ଥିବା କେନ୍ଦ୍ର ଗୁଡ଼ିକର ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହ ନୂତନ କେନ୍ଦ୍ର ମଧ୍ୟ କରାଯିବ ବୋଲ ପ୍ରତିଶ୍ରୁତି ଦେଇଛନ୍ତି ।
ହେଲେ ଦେଖିବା ରହିଲା କେବେ ଏହି ସମସ୍ୟାର ସମାଧାନ କରାଯିବBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.