ETV Bharat / state

ଗାଁରେ ପ୍ରଶାସନ ବାଣ୍ଟିଲା ଛତୁଆ, ତାତିଲେ ଅଙ୍ଗନବାଡ଼ି କର୍ମୀ

ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ । ଗାଁ ଗାଁ ବୁଲି ଛତୁଆ ବାଣ୍ଟୁଛି ପ୍ରଶାସନ । ପ୍ରଶାସନର ଏଭଳି କାମକୁ ଦେଖି ବେହେରାଗୁଡା ଗାଁରେ ଅଙ୍ଗନବାଡ଼ି କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ଅଧିକ ପଢ଼ନ୍ତୁ

ଗାଁରେ ପ୍ରଶାସନ ବାଣ୍ଟିଲା ଛତୁଆ, ତାତିଲେ ଅଙ୍ଗନବାଡ଼ି କର୍ମୀ
ଗାଁରେ ପ୍ରଶାସନ ବାଣ୍ଟିଲା ଛତୁଆ, ତାତିଲେ ଅଙ୍ଗନବାଡ଼ି କର୍ମୀ
author img

By

Published : Dec 8, 2022, 10:55 PM IST

ନବରଙ୍ଗପୁର : ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ । ଗାଁ ଗାଁ ବୁଲି ଛତୁଆ ବାଣ୍ଟୁଛି ପ୍ରଶାସନ । ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ବେହେରାଗୁଡା ଗାଁରେ ଅଙ୍ଗନବାଡ଼ି କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ଗତ ୨୭ ତାରିଖଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ଅଙ୍ଗନବାଡ଼ି କର୍ମୀ । ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଧାରଣା ଦେଇଥିଲେ ।

ଗାଁରେ ପ୍ରଶାସନ ବାଣ୍ଟିଲା ଛତୁଆ, ତାତିଲେ ଅଙ୍ଗନବାଡ଼ି କର୍ମୀ

ପ୍ରତିଦିନ ଗୋଟିଏ ଲେଖାଏଁ ବ୍ଲକର କର୍ମୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ଧାରଣା ଦେଉଥିବା ବେଳେ ବନ୍ଦ ହୋଇପଡିଛି ଅଙ୍ଗନବାଡ଼ି କେନ୍ଦ୍ର । ଏଯାବତ ସେମାନଙ୍କ ଦାବିକୁ ବିଚାରକୁ ମଧ୍ୟ ନିଆଯାଇ ନାହିଁ । ଏହି ସମୟରେ ପ୍ରଶାସନ ଗାଁଗାଁ ବୁଲି ଛତୁଆ ବାଣ୍ଟିବା ଆରମ୍ଭ କରିଛି । ଏହାଦେଖି ତାତିଛନ୍ତି ଅଙ୍ଗନବାଡ଼ି କର୍ମୀ । ଏପରିକି ଛତୁଆ ଗାଡିକୁ ଅଟକାଇ ପ୍ରଶାସନକୁ ବିରୋଧ କରିଥିଲେ କର୍ମୀମାନେ । ଅଙ୍ଗନବାଡ଼ିକୁ ଛାଡି ପ୍ରଶାସନ ଯଦି ଛତୁଆ ବାଣ୍ଟୁଛି ତାହେଲେ ପିଲାଙ୍କୁ ରନ୍ଧା ଖାଦ୍ୟ ଓ ଅଣ୍ଡା ଦେବା ପାଇଁ ମଧ୍ୟ ଦାବି କରିଥିଲେ କର୍ମୀମାନେ । ଏହାକୁ ନେଇ ବେହେରାଗୁଡା ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଖବରପାଇ ସୁପରଭାଇଜର ଓ ସିଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ କର୍ମୀମାନେ ଗାଡିକୁ ଛାଡିଥିଲେ ।

ଦୀର୍ଘଦିନ ଧରି ଶୀତ କାକରରେ ଧାରଣାରେ ବସିଥିବା ବେଳେ ଅଙ୍ଗନବାଡ଼ିଙ୍କୁ ଅଣଦେଖା କରି ପ୍ରଶାସନ ଏଭଳି କାର୍ଯ୍ୟ କରିବାକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଉଚିତ ଯବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆଜି ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ସ୍ଥଳକୁ ଯାଇ ସେମାନଙ୍କୁ ସମର୍ଥନ କରିଛି ଜିଲ୍ଲା ବିଜେପି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୌରୀ ମାଝୀ କର୍ମୀମାନଙ୍କ ସହ ଆଲୋଚନା କରିବା ସହିତ ଯଥାଶୀଘ୍ର ଦାବି ପୂରଣ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.