ETV Bharat / state

କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ, ପୁଣି ବୁହାହେଲେ ଗର୍ଭବତୀ - ଝରିଗାଁ ବ୍ଲକ

ଫେଲ ମାରିଛି ପକ୍କା ସଡ଼କ ଯୋଜନା । ଆଜିବି ଅଗମ୍ୟ ହୋଇଛି ଅନେକ ଗାଁ ରାସ୍ତା । ସେଥିମଧ୍ୟରୁ ଗୋଟିଏ ଗାଁ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ତାରାଯୋଡି । ଗାଁକୁ ଯାଇଥିବା ରାସ୍ତା କାଦୁଅ ହେଇ ଖରାପ ହୋଇଯାଇଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ଗାଁରେ ପହଁଞ୍ଚି ପାରିନଥିଲା । ଯାହା ଫଳରେ ଜଣେ ଗର୍ଭବତୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପାଖରେ ପହଁଞ୍ଚାଇଥିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 23, 2019, 8:40 PM IST

ନବରଙ୍ଗପୁର: ପୁଣି ବୁହା ହେଲେ ଗର୍ଭବତୀ । ଆମ୍ବୁଲାନ୍ସ ଆସିଲା କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲା ନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତାରାଯୋଡି ଗ୍ରାମରେ । ଏହି ଗ୍ରାମର ମୋହନ ହରିଜନଙ୍କ ସ୍ତ୍ରୀ ସୁନାମଣି ହରିଜନଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ଗାଁରୁ ଦୀର୍ଘ ତିନି କିଲୋମିଟର ଦୂରରେ ଅଟକି ଯାଇଥିଲା । କାରଣ କାଦୁଅରେ ଗାଁକୁ ଯାଇଥିବା ରାସ୍ତାଟି ସମ୍ପୁର୍ଣ୍ଣ ଖରାପ ହୋଇଯାଇଥିଲା ଯାହା ଫଳରେ ଆମ୍ବୁଲାନ୍ସ କାଦୁଅ ଭିତରେ ଅନେକ ସମୟ ଧରି ଫସି ରହିଥିଲେ ।

ପୁଣି ବୁହାହେଲେ ଗର୍ଭବତୀ

ସେପଟେ ଗାଁକୁ ଆମ୍ବୁଲାନ୍ସ ଆସିନପାରିବା ଶୁଣି ଗ୍ରାମବାସୀ ଓ ପରିବାର ଲୋକେ ଅଟୋ ଯୋଗେ ଦୁଇ କିଲୋମିଟର ଆସିଲେ କିନ୍ତୁ ରାସ୍ତା ଏତେ ଖରାପ ଥିଲା ଅଟୋ ମଧ୍ୟ ଯାଇ ପାରିଲା ନାହିଁ । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀଙ୍କୁ ବୋହି ବୋହି ପ୍ରାୟ ଏକ କିଲୋମିଟର ଶିର୍ଷିଆ ଗୁଡା ଛକ ନିକଟରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ । ଏହା ପରେ କାଦୁଅରେ ଫସିଥିବା ଆମ୍ବୁଲାନ୍ସକୁ କାଦୁଅରୁ ବାହାର କରି ଗର୍ଭବତୀଙ୍କୁ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରତିବର୍ଷ ଗାଁ ରାସ୍ତା ପାଇଁ ଅଭିଯୋଗ କଲେ ମଧ୍ୟ କେବଳ ମୋରମ ନାରେ ମାଟି ପକାଇ ଦେଇ ରାସ୍ତା କାମ ସାରି ଦିଅନ୍ତି । ବର୍ଷା ଦିନ ଆସିଲେ ରାସ୍ତା ପୁଣି କାଦୁଅ ହୋଇଯାଏ । ଏହି କାଦୁଅ ରାସ୍ତାରେ ଗର୍ଭବତୀ କିମ୍ବା ଯେକୌଣସି ରୋଗୀଙ୍କୁ ଖଟିଆ କିମ୍ବା କାନ୍ଧରେ ବୋହି ଆଣୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ପୁଣି ଥରେ ବୁହା ହେଲେ ଗର୍ଭବତୀ
ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ
ତା-୨୩.୦୯.୨୦୧୯
ସ୍ଥାନ-ନବରଙ୍ଗପୁର
ରିପୋର୍ଟ-ତପନ ବିଶୋଇ
Anchor ପୁଣିଥରେ ହାତରେ ବୁହି ଆଣିଲେ ଗର୍ଭବତୀ ଙ୍କୁ ।ଆମ୍ବୁଲାନ୍ସ ଆସିଲା କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଗାଁ କୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ ।ଏହିପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତାରାଯୋଡି ଗ୍ରାମରେ ଏହି ଗ୍ରାମର ମୋହନ ହରିଜନ ଙ୍କ ସ୍ତ୍ରୀ ସୁନାମଣି ହରିଜନ ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସି ଗାଁ ରୁ ଦୀର୍ଘ ତିନି କିଲୋମିଟର ଦୂରରେ କାଦୁଅରେ ଥିବା ଶିର୍ଷିଆ ଗୁଡା ନିକଟରେ କାଦୁଅରେ ଲାଗି ଯାଇଥିଲା ।ଗ୍ରାମକୁ ଆମ୍ବୁଲାନ୍ସ ଆସିନପାରିବା ଶୁଣି ଗ୍ରାମବାସୀ ଓ ପରିବାର ଏକ ଅଟ ରେ ଦୁଇ କିଲୋମିଟର ଆସିଲେ କିନ୍ତୁ ରାସ୍ତା ଏତେ ଖରାପ ଯେ ଅଟ ମଧ୍ୟ ଯାଇ ପାରିଲା ନାହିଁ ।ଶେଷରେ ବାଧ୍ୟ ହୋଇ ପରିବାର ଲୋକ ହାତରେ ବୋହି ପ୍ରାୟ ଏକ କିଲୋମିଟର ଶିର୍ଷିଆ ଗୁଡା ଛକ ନିକଟରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ । ଏହା ପରେ କାଦୁଅରେ ଲାଗି ଯାଇଥିବା ଆମ୍ବୁଲାନ୍ସ କୁ ଠେଲି ପକ୍କା ରାସ୍ତା କୁ କାଡି ଥିଲେ ଏବଂ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।
ଗ୍ରାମବାସୀ ଙ୍କ କହିବା ଅନୁସାରେ ପ୍ରତି ବର୍ଷ ଗ୍ରାମ ର ରାସ୍ତା ପାଇଁ ଅଭିଯୋଗ କଲେ ମଧ୍ୟ କେବଳ ମୁରୁମ ନାରେ ମାଟି ପଖାଇ ଦେଇ ରାସ୍ତା କାମ ସାରି ଦିଅନ୍ତି ।ବର୍ଷା ଦିନ ଆସିଲେ ରାସ୍ତା ପୁଣି କାଦୁଅ ହୋଇଯାଏ । ଏହି କାଦୁଅ ରାସ୍ତା ରେ ଗର୍ଭବତୀ କିମ୍ବା ଯେକୌଣସି ରୋଗୀ ଙ୍କୁ କଟିଆ କିମ୍ବା ହାତ ରେ ବୋହିଆଣୁଛନ୍ତି ବୋଲି ଗ୍ରାମବାସୀ ବାସୀ ଅଭିଯୋଗ କରିଛନ୍ତି ।Body:Tapan bissoyiConclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.