ETV Bharat / state

କିରୋସିନ ଢାଳି ହୋଇ ନାବାଳିକାର ଆତ୍ମହତ୍ୟା, ତଦନ୍ତ ଜାରି - ନବରଙ୍ଗପୁରରେ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଅଭିଯୋଗ। ଅଧିକ ପଢନ୍ତୁ...

ଦେହରେ ନିଆଁ ଲଗାଇ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

author img

By

Published : Oct 27, 2021, 7:40 AM IST

ନବରଙ୍ଗପୁର: ରାଇଘର ବ୍ଲକ୍ ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ଥାନୀୟ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଆଧାରରେ ନାବାଳିକା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା । ତେବେ କିଛି କାମରେ ବାହରକୁ ବୁଲିବାକୁ ଯାଇଥିବାବେଳେ ଘର ଠାରୁ କିଛି ଦୂରରେ ଥିବା ଏକ ମକା ଜମିରେ ଦେହରେ ନିଆଁ ଲାଗିଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁରେ ପୋଡି ଘଟଣାସ୍ଥଳରେ ହିଁ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ ଖୁବ୍ ଶୀଘ୍ର ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ରାଇଘର ଥାନାଧିକାରୀ ଟଙ୍କଗିରି ଭୋଇ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.