ETV Bharat / state

କ୍ୟାଡର ପୁନର୍ବିନ୍ୟାସ ଦାବି, ନବରଙ୍ଗପୁରୁ-କନ୍ଧମାଳରେ ସମୂହ ଛୁଟିରେ କୃଷି ଅଧିକାରୀ

author img

By ETV Bharat Odisha Team

Published : Sep 1, 2023, 10:09 AM IST

କୃଷି ଅଧିକାରୀଙ୍କ ଦାବି ପୂରଣ କରୁନାହାନ୍ତି ସରକାର । ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିଛନ୍ତି କୃଷି ଅଧିକାରୀ । ଅଧିକ ପଢନ୍ତୁ

officers of agriculture department on leave
ରାଜ୍ୟବ୍ୟାପୀ ଆନ୍ଦୋଳନରେ କୃଷି ଅଧିକାରୀ
ନବରଙ୍ଗପୁରୁ-କନ୍ଧମାଳରେ ସମୂହ ଛୁଟିରେ କୃଷି ଅଧିକାରୀ

ନବରଙ୍ଗପୁର/ଫୁଲବାଣୀ: ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଅଗଷ୍ଟ ୩୧ ତାରିଖ ଠାରୁ ସମୂହ ଛୁଟିରେ ରହିଛନ୍ତି ନବରଙ୍ଗପୁର କୃଷି ବିଭାଗର ସମସ୍ତ ଅଧିକାରୀ । କ୍ୟାଡ଼ର ପୁନଃବିନ୍ୟାସର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ପଦକ୍ଷେପ ପରିଲକ୍ଷିତ ନ ହେବାରୁ ଅଗଷ୍ଟ ୩୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହଛନ୍ତି କୃଷି ବିଭାଗର ସମସ୍ତ ଅଧିକାରୀ । କୃଷି ଓ କୃଷି କାର୍ଯ୍ୟକୁ ଗୁରୁତ୍ବ ଦେଇ ଅନେକ ଯୋଜନା କରୁଛନ୍ତି ହେଲେ କୃଷି ଅଧିକାରୀଙ୍କ ଦାବି ପୂରଣ କରୁନଥିବାରୁ ରାଜ୍ୟବ୍ୟାପୀ ସମସ୍ତ କୃଷି ଅଧିକାରୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନବରଙ୍ଗପୁର ଓ କନ୍ଧମାଳରେ ସମସ୍ତ କୃଷି ଅଧିକାରୀ ଦାବି ପୂରଣ ଦାବିରେ ସମୂହ ଛୁଟିରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡରର ପୁନର୍ବିନ୍ୟାସ ସମ୍ବନ୍ଧରେ ନିରନ୍ତର ସରକାରଙ୍କ ସହାୟତା ଲୋଡ଼ି ଆସିଛି । ସମୟାନୁସାରେ ସରକାରଙ୍କ ଦ୍ଵାରା ମଗା ଯାଇଥିବା ସମସ୍ତ ତଥ୍ୟାବଳି ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ଦ୍ଵାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା ମାନ୍ୟବର କୃଷି ମନ୍ତ୍ରୀଙ୍କ ସହ କରି ଆସିଛି । କୃଷି ମନ୍ତ୍ରୀଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି । ଏହି ସଂକ୍ରାନ୍ତରେ କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତ୍ତିକୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ସଂଘ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏହି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲା ।

କୃଷକ କଲ୍ୟାଣ ଯୋଜନା ଯଥା- କାଳିଆ, ବଳରାମ, ସ୍ୱାସ୍ଥ୍ୟବୀମା ହେଉଅବା ସରକାରଙ୍କର ପ୍ରମୁଖ ଯୋଜନା ଯଥା ମାଣ୍ଡିଆ ମିଶନ୍, ମୁଖ୍ୟମନ୍ତ୍ରୀ ମକା ମିଶନ, ଶସ୍ୟ ବିବିଧିକରଣ ଇତ୍ୟାଦିକୁ ଅଧିକାରୀ ମାନେ ସୀମିତ ସାଧନ ସତ୍ତ୍ୱେ ସଫଳ କରାଇଛନ୍ତି । ବିଗତ ତିନି ଦଶନ୍ଧି ଧରି 13ଟି ଯୋଜନାରୁ 39 ଟି ଯୋଜନା କାର୍ଯ୍ୟକାରୀ ହେଉଛି । ଇତି ମଧ୍ୟରେ ସ୍ଵତନ୍ତ୍ର କୃଷି ବଜେଟର କାୟାକଳ୍ପ 600 କୋଟିରୁ 6000 କୋଟି କୁ ବୃଦ୍ଧି ପାଇଛି, କିନ୍ତୁ ତଦନୁରୂପ ଭାବେ ଅଧିକାରୀଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। କୃଷି ଅଧିକାରୀମାନେ ନିଜର ଉନ୍ନତ ଜ୍ଞାନ କୌଶଳ ଓ କଠିନ ପରିଶ୍ରମ ବଳରେ କୃଷିକର୍ମଣ, ସ୍କୋଚ୍ ପୁରସ୍କାର ଆଦି ଅନେକ ସମ୍ମାନ ଆଣିଛନ୍ତି ହେଲେ ସରକାର ସେମାନଙ୍କ ସମସ୍ୟାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି କୃଷି ଅଧିକାରୀ । ଏଭଳି ଗମ୍ଭୀର ପରିସ୍ଥିତିରେ ସରକାର ସାମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଓଡିଶା କୃଷି ସେବା ସଂଘ ନିଷ୍ପତ୍ତି ନେଇଛି ।

ଏହା ବି ପଢନ୍ତୁ...ଶୁଣୁ ନାହାନ୍ତି ସରକାର ସାମୁହିକ ଛୁଟିରେ କୃଷି ଅଧିକାରୀ

ସମାନ ଭାବରେ କନ୍ଧମାଳାରେ ମଧ୍ୟ ସମୂହ ଛୁଟିରେ ରହିଛନ୍ତି କୃଷି ଅଧିକାରୀ । କୃଷି ସେବା ସଂଘ ତରଫରୁ ହୋଇ ଆସୁଥିବା କ୍ୟାଡର ପୁନର୍ବିନ୍ୟାସ ଦାବିକୁ ସରକାର ମାନିଲେ ନାହିଁ । ବିଗତ ୨ ବର୍ଷ ଧରି ଓଡିଶା କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ଦାବି ପରେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କଲେ ନାହିଁ । ଯାହା ଫଳରେ କୃଷି ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବ ନିଷ୍ପତି ମୁତାବକ କୃଷି ସେବା ସଂଘର କର୍ମକର୍ତ୍ତା ତଥା କୃଷି ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.