ETV Bharat / state

ଆଇନଜୀବୀଙ୍କ ସମସ୍ୟା ଉପରେ ଗୁରୁତ୍ବ: ବସିଲା ମିଳିତ ଆଲୋଚନା ସଭା - ଆଇନଜୀବୀଙ୍କ ସମସ୍ୟା

ନବରଙ୍ଗପୁରରେ ଆଇନଜୀବୀଙ୍କ ସମସ୍ୟାକୁ ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଏଥିଲାଗି କୋର୍ଟ ପରିସରରେ ବସିଛି ମିଳିତ ଆଲୋଚନା ସଭା । ଅଧିକ ପଢନ୍ତୁ...

ଆଇନଜୀବୀଙ୍କ ସମସ୍ୟା ଉପରେ ଗୁରୁତ୍ବ: ବସିଲା ମିଳିତ ଆଲୋଚନା ସଭା

author img

By

Published : Nov 1, 2021, 8:47 PM IST

ନବରଙ୍ଗପୁର: ଆଜି(ସୋମବାର) ଆଇନଜୀବୀ ସଂଘ ଓ ବିଚାରପତିଙ୍କ ମିଳିତ ଆଲୋଚନା ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି । ସମସ୍ତ ମାମଲାର ଇ-ଉପସ୍ଥାପନା (e-filing) ଓ ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ଜିଲ୍ଲା ଓ ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଏହି ସଭାର ଅଧ୍ୟକ୍ଷତା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣୟ କୁମାର ଦାସ, ସି.ଜେ.ଏମ୍. ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅନ୍ନପୂର୍ଣ୍ଣା ନାୟକ, ବରିଷ୍ଠ ଦେୱାନୀ ବିଚାରପତି ରାଜ କିଶୋର ଜେନା, ଏସ୍.ଡି.ଜେ.ଏମ୍. ପ୍ରିୟରଞ୍ଜନ ଓଝା ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ବିଚାରପତି ସୁମନ୍ତ କୁମାର ପଟ୍ଟନାୟକ ଓ ଆର୍ୟ ବାଳା ତ୍ରିପାଠୀ, ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ ଓ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ । ସମସ୍ତ ମାମଲା ଗୁଡ଼ିକର ଇ-ଫାଇଲିଂ ସମ୍ବନ୍ଧରେ ଓ ଆଇନଜୀବୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.