ETV Bharat / state

ବିପଦର ବନ୍ଧୁ ସୁଷମା: ମାଗଣାରେ ବାଣ୍ଟୁଛନ୍ତି ହାତ ତିଆରି ସାନିଟାଇଜର - Nabarangpur Handmade sanitizers

ବିଶ୍ବକୁ ଗ୍ରାସିଛି କୋରୋନା ଭାଇରସ । ଏମିତି ଏକ ଘଡିସନ୍ଧି ମୂହୂର୍ତ୍ତରେ ନିଜକୁ ରକ୍ଷା କରିବାକୁ ବିପୁଳ ପରିମାଣର ମାସ୍କ ଓ ସାନିଟାଇଜରର ବ୍ୟବହାର ଚାଲିଛି । ନବରଙ୍ଗପୁରର ସ୍ବେଚ୍ଛାସେବୀ ସୁଷମା ଜୈନ ସାନିଟାଇଜର ପ୍ରସ୍ତୁତ କରି ମାଗଣାରେ ବାଣ୍ଟି ବିପଦର ବନ୍ଧୁ ସାଜିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଗଣାରେ ବାଣ୍ଟୁଛନ୍ତି ହାତ ତିଆରି ସାନିଟାଇଜର
ମାଗଣାରେ ବାଣ୍ଟୁଛନ୍ତି ହାତ ତିଆରି ସାନିଟାଇଜର
author img

By

Published : Mar 23, 2020, 11:45 PM IST

ନବରଙ୍ଗପୁର: ବିଶ୍ବକୁ ଗ୍ରାସିଛି କୋରୋନା ଭାଇରସ । ଏହି ଭାଇରସର ନା ଅଛି ଚିକିତ୍ସା ନା ଅଛି ଔଷଧ । ହେଲେ ଭୂତାଣୁର ସମ୍ଭାବ୍ୟ ପ୍ରଭାବକୁ ରୋକିବା ପାଇଁ ସାମାଜିକ ଦୂରତ୍ବ ସହ ସ୍ବଚ୍ଛତା ହିଁ ଏକମାତ୍ର ଉପାୟ ସାଜିଛି । ଏମିତି ଏକ ଘଡିସନ୍ଧି ମୂହୂର୍ତ୍ତରେ ନିଜକୁ ରକ୍ଷା କରିବାକୁ ବିପୁଳ ପରିମାଣର ମାସ୍କ ଓ ସାନିଟାଇଜରର ବ୍ୟବହାର ଚାଲିଛି । କିନ୍ତୁ ବଜାରରୁ ଏହି 2ଟି ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଗାୟବ । ଆଉ ଏହି ଅଭାବକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ନବରଙ୍ଗପୁରର ସ୍ବେଚ୍ଛାସେବୀ ସୁଷମା ଜୈନ । ନିଜେ ସାନିଟାଇଜର ପ୍ରସ୍ତୁତ କରି ମାଗଣାରେ ବାଣ୍ଟି ଚାଲିଛନ୍ତି ସେ ।

ମାଗଣାରେ ବାଣ୍ଟୁଛନ୍ତି ହାତ ତିଆରି ସାନିଟାଇଜର

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଲୋକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିନା ଆଲକହଲର ସାନିଟାଇଜର ମାଗଣା ବଣ୍ଟନ କରୁଛନ୍ତି ସୁଷମା । ସମ୍ପୂର୍ଣ୍ଣ ଭାବେ ଘରୋଇ ଉପକରଣ ଦ୍ବାରା ନିର୍ମିତ ହେଇଛି ଏହି ସାନିଟାଇଜର । ବିଶ୍ବ ଏଭଳି ଏକ ସଙ୍କଟ ସମୟରେ ଗତି କରୁଥିବା ବେଳେ ନିଜେ ସୁରକ୍ଷାରେ ରହି ନିଜ ଉଦ୍ୟମରେ ଅନ୍ୟଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ।

ହଳଦୀ, ତୁଳସୀ, ନିମ୍ବ ପତ୍ର, ଘିକୁଆଁରୀ, କର୍ପୁର ଏବଂ ଫିଟକିରି ମିଶ୍ରଣରେ ସାନିଟାଇଜର ତିଆରି କରିଛନ୍ତି ସୁଷମା । ଆଉ ଏହି ସାନିଟାଇଜରକୁ ସେ ନବରଙ୍ଗପୁର ସହର ମୁଖ୍ୟ ରାସ୍ତାର ଇଛାବତୀଗୁଡାରେ ଥିବା ନିଜ ପତଞ୍ଜଳି ଷ୍ଟୋରରେ ମାଗଣାରେ ବାଣ୍ଟୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 1 ହଜାରରୁ ଊର୍ଦ୍ଧ୍ବ ସାନିଟାଇଜର ବାଣ୍ଟି ସାରିଲେଣି । ସୁଷମାଙ୍କ ପ୍ରସ୍ତୁତ ଦେଶୀ ସାନିଟାଇଜରକୁ ବ୍ୟବହାର କରି ଲୋକେ ବି ବେଶ ଖୁସ । ସେପେଟ କୋରୋନା ଭୂତାଣୁକୁ ନେଇ ଆତଙ୍କିତ ଲୋକଙ୍କୁ ସାହାଯ୍ୟ କରି ବେଶ ଖୁସି ଅନୁଭବ କରୁଛନ୍ତି ବୋଲି କୁହନ୍ତି ସୁଷମା । ଏହାସହ ସାନିଟାଇଜର ପାଇଁ ତାଙ୍କ ଷ୍ଟୋର ଆସିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିର ଫାଏଦା ଉଠାଇ ମାସ୍କ ଓ ସାନିଟାଇଜରର କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ପାଇଁ ସୁଷମାଙ୍କ ପ୍ରେରଣା ଓ ଉଦାହରଣ ପାଲଟିଛି ।

ନବରଙ୍ଗଫୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.