ETV Bharat / state

ନବରଙ୍ଗପୁରରୁ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର ମାଙ୍କିଡି ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତାର ଚାଲିଛି ଚିକିତ୍ସା ।

author img

By

Published : Jul 14, 2021, 7:20 AM IST

a pangolin rescued in nabrangpur
12 କିଲୋର ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ବଜ୍ରକାପ୍ତାକୁକୁ ଉଦ୍ଧାର କଲା ବନ ବିଭାଗ । ଯାହାର ଓଜନ 12 କେଜି ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମାଙ୍କିଡି ଗାଁ ଭିତରକୁ ଏକ ବଜ୍ରକାପ୍ତା ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିଲା । ଏହାଦେଖି ଗ୍ରାମବାସୀ ବଡ଼ଆମ୍ବଡା ଫାଣ୍ଡି ଓ କୋଷାଗୁମୁଡା ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ କୋଷାଗୁମୁଡା ବନବିଭାଗ ପକ୍ଷରୁ କୋଡ଼ିଙ୍ଗା ରେଞ୍ଜରଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲା । ପରେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ତାର ଚିକିତ୍ସା କରାଯାଇଥିବା ଜଣାପଡିଛି । ଚିକିତ୍ସାର ଆଉ ଗୋଟିଏ ଦିନ ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି କୋଡ଼ିଙ୍ଗା ରେଞ୍ଜର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.