ନବରଙ୍ଗପୁର: ରଖେ ହରି ତ ମାରେ କିଏ । ଯାହା ସତ୍ୟ ପ୍ରମାଣିତ ହୋଇଛି ନବରଙ୍ଗପୁରର ଏକ ନାବାଳିକା କ୍ଷେତ୍ରରେ । ପୋଷ୍ଟମର୍ଟମ ରୁମରୁ ଜୀବନ୍ତ ଫେରିଲେ ଜଣେ ନାବାଳିକା । ଉମରକୋଟ ହୀରାପୁର ପଞ୍ଚାୟତର ଜଣେ ନାବାଳିକା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
ନାବାଳିକା ଜଣଙ୍କ ଗତ ରାତି ଠାରୁ ଆଜି ଦିନ ବାରଟା ପର୍ଯ୍ୟନ୍ତ ନିଜ ଓଢଣୀରେ ଘର ଭିତରେ ଝୁଲି ରହିଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରି ଉମରକୋଟ ନାବାଳିକା ଶରୀରକୁ ପୋଷ୍ଟ
ମର୍ଟମ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଝିଅଟି ଜୀବିତ ବୋଲି କହିଥିଲେ । ବର୍ତ୍ତମାନ ଝିଅ ସୁସ୍ଥ ଅଛି, ହେଲେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ