ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ଜିଲ୍ଲାରୁ ପୁଣି ୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୬୮ ଜଣଙ୍କ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୨୫ ଜଣ, ନବରଙ୍ଗପୁର ବ୍ଲକରୁ ୪ ଜଣ , ଉମରକୋଟ ମ୍ୟୁନିସିପାଲିଟିରୁ ୪ ଜଣ, ଉମରକୋଟ ବ୍ଲକରୁ ୧୭ ଜଣ, ନନ୍ଦାହାଣ୍ଡି ବ୍ଲକରୁ ୫ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ୩ ଜଣ, ପାପଡାହାଣ୍ଡି ବ୍ଲକରୁ ୯ ଜଣ, ଡାବୁଗାଁ ବ୍ଲକରୁ ୧୦ ଜଣ, କୋଶାଗୁମୁଡ଼ା ବ୍ଲକରୁ ୧ ଜଣ, ରାଇଘର ବ୍ଲକରୁ ୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଆଜିର ୬୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୮ ୩୦ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୩୨୯ ଜଣ ଚିକିତ୍ସାଧୀନ ରହିଥିବା ବେଳେ ସେଥିମଧ୍ୟରୁ ୧୮୨ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲାରେ ଜଣେ ମାତ୍ର କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଶନିବାର ୯୫୩ ଟି ସାମ୍ପୁଲ ସଂଗ୍ରହ ହୋଇଥିବା ଓ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୬୭୦୩ ଟି ସାମ୍ପୁଲ ପରୀକ୍ଷା ପରୀକ୍ଷା ହୋଇଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ