ETV Bharat / state

କୁନି ଝିଅ ଅଦ୍ଵିତୀଙ୍କ ବଡ କାମ, ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ପଠାଇଲେ 21 ହଜାର ଟଙ୍କା

ବିଦେଶରେ ରହୁଥିବା କୁନି ଝିଅ ଅଦ୍ଵିତିର ବଦାନ୍ୟତା । ମାତ୍ର ୫ ବର୍ଷ ବୟସରେ ସେବା ମନୋଭାବ ପୋଷଣ କରି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କା ଦାନ କରିଛନ୍ତି ଏହି କୁନି ଝିଅ ଅଦ୍ଵିତୀ ।

author img

By

Published : Aug 27, 2020, 7:27 AM IST

aditi donate 21 thausand to cm covid relief fund
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କା ଦାନ କଲା କୁନି ଝିଅ ଅଦ୍ଵିତୀ

ନବରଙ୍ଗପୁର: ବିଦେଶରେ ରହୁଥିବା କୁନି ଝିଅ ଅଦ୍ଵିତୀର ବଦାନ୍ୟତା । ମାତ୍ର ୫ ବର୍ଷ ବୟସରେ ସେବା ମନୋଭାବ ପୋଷଣ କରି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କା ଦାନ କରିଛନ୍ତି ଏହି କୁନି ଝିଅ ଅଦ୍ଵିତୀ ।

ନବରଙ୍ଗପୁର ସହରର ଇଛାବତୀ ଗୁଡାରେ ରହୁଥିବା ନିରଞ୍ଜନ ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ପଟ୍ଟନାୟକଙ୍କ ପୁଅ ବିଭୁତି ଭୂଷଣ ପଟ୍ଟନାୟକ ଓ ବୋହୂ ସ୍ଵାଗତିକା ପଟ୍ଟନାୟକ ଲଣ୍ଡନରେ ଏକ ଆଇଟି କମ୍ପାନୀରେ ଚାକିରୀ କରୁଛନ୍ତି । ତାଙ୍କ ୫ ବର୍ଷର ଝିଅ ଅଦ୍ଵିତୀ ପଟ୍ଟନାୟକଙ୍କ ଗତ ୨୦ ତାରିଖ ଦିନ ଜନ୍ମଦିନ ପାଳନ କରାଯାଇଥିଲା ।

ଏହି ଜନ୍ମ ଦିନରେ ସାଙ୍ଗସାଥୀ ମାନଙ୍କ ପକ୍ଷରୁ ଉପହାର ସ୍ବରୂପ ମିଳିଥିବା ଟଙ୍କା ଓ ପିଲା ଦିନରୁ ଅଦ୍ଵିତୀ ଘଡିରେ ସଞ୍ଚୟ କରିଥିବା ଟଙ୍କାକୁ ଦୁଇଭାଗ କରିଥିଲେ । ଗୋଟିଏ ଭାଗ ୨୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅଦ୍ଵିତୀ ନବରଙ୍ଗପୁର ରହୁଥିବା ଜେଜେବାପା ନିରଞ୍ଜନ ପଟ୍ଟନାୟକଙ୍କ ଆକାଉଣ୍ଟରେ ଦେଇଥିଲେ ।

ଅଦ୍ଵିତୀ ପଠାଇଥିବା ଟଙ୍କାକୁ ନିରଞ୍ଜନ ପଟ୍ଟନାୟକ ଏକ ଚେକ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ଅଦ୍ଵିତୀ ୨୭ ହଜାର ଟଙ୍କା ଲଣ୍ଡନର ଶିଶୁ ମାନଙ୍କ ପାଇଁ କାମ କରୁଥିବା ଏକ ଚାରିଟେବୁଲ ଟ୍ରଷ୍ଟକୁ ଦାନ କରିଛନ୍ତି । ୫ ବର୍ଷର ଛୋଟ ନାତୁଣୀର ଏହିଭଳି ପଦକ୍ଷେପକୁ ନେଇ ଜେଜେବାପା, ଜେଜେମା ଗର୍ବ ଅନୁଭବ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.