ETV Bharat / state

ଭୋଜି ଖାଇବାକୁ ଯାଇ ଫେରିଲେନି ୪ ଜଣ, ଅପହରଣ ନେଇ ଅଭିଯୋଗ

ଭୋଜି ଖାଇ ଫେରୁଥିବା ବେଳେ ଉମରକୋଟ ସହରର ୪ ଜଣଙ୍କୁ ଅପହରଣ ଅଭିଯୋଗ । କୁଆଡେ ଗଲେ ୪ଜଣ ତାଙ୍କୁ ନେଇ ଉଠିଛି ବଡ ପ୍ରଶ୍ନ । ଥାନାରେ ଏତଲା ପରେ ଆରମ୍ଭ ହୋଇଛି ତଦନ୍ତ । ଅଧିକ ପଢନ୍ତୁ

author img

By

Published : Dec 12, 2022, 7:26 AM IST

ଭୋଜି ଖାଇବାକୁ ଯାଇ ଫେରିଲେନି ୪ଜଣ
ଭୋଜି ଖାଇବାକୁ ଯାଇ ଫେରିଲେନି ୪ଜଣ
ଭୋଜି ଖାଇବାକୁ ଯାଇ ଫେରିଲେନି ୪ଜଣ

ନବରଙ୍ଗପୁର: ଭୋଜି ଖାଇ ଫେରୁଥିବା ବେଳେ ୪ ଜଣଙ୍କୁ ଅପହରଣ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଉମରକୋଟ ସହରରୁ । ଏନେଇ କାଁକେରା ଥାନାରେ ଅଭିଯୋଗ ହୋଇଥିବା ବେଳେ ଉମରକୋଟ IIC ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଅନୁସାରେ, ଉମରକୋଟ ସହରର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡର କାଁକେରାକୁ ଭୋଜି ଖାଇବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସମ୍ପର୍କୀୟଙ୍କ ଘର କଣ୍ଡଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା କାଁକେରା ଥାନାରେ ଅଭିଯୋଗ ହୋଇଛି । ଅପହୃତାଙ୍କ ମଧ୍ୟରେ ସପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ ରିତା ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡୋଶୀ ହଜାରି ଢାଲି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର

ଭୋଜି ସାରି ଶନିବାର ରାତି ପ୍ରାୟ ୧୦.୩୦ରେ ସେମାନେ କଣ୍ଡଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ସେ ସମୟ ଅନୁସାରେ ଘରେ ପହଞ୍ଚି ନଥିଲେ । ଏହାରି ଭିତରେ ପରିବାର ଲୋକ ବ୍ୟସ୍ତ ହୋଇ ଫୋନ ଲଗାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସପନଙ୍କ ପୁଅ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପୁଅ କାଁକେରା ଥାନାରେ ଏକ ଏତଲା ଦେଇଛନ୍ତି । ଉମରକୋଟ IIC ଦୀପକ କୁମାର ଜେନା ସପନ ସରକାରଙ୍କ ଘରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସପନ ଜିଜ୍ ସ୍ଵିଫ୍ଟ କାର୍ OD24C_1705ରେ ଯାଇଥିବା ସୂଚନା ରହିଛି । ତେବେ କୁଆଡେ ଗଲେ ନବରଙ୍ଗପୁରର ସପନ ସରକାରଙ୍କ ପରିବାର? ଚାରିଜଣ ଏକାଠି ବାହାରିଥିବା ବେଳେ କିଏ ଅପହରଣ କରିଲା ତାଙ୍କୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.