ETV Bharat / state

ନିଆଁ ଲାଗି ୪ ଏକର ଆଖୁ ଫସଲ ନଷ୍ଟ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦାବି - ୪ ଏକର ଆଖୁ ଫସଲ ନଷ୍ଟ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେ ନିଆଁ ଲାଗି ପ୍ରାୟ ୪ ଏକର ଆଖୁ ଫସଲ ନଷ୍ଟ। ଋଣ କରଜ କରି ଦୁହେଁ ଆଖୁ ଚାଷ କରିଥିଲେ । ନିଆଁ ଲାଗିଯିବାରୁ ଦୁଇ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଅଧିକ ପଢନ୍ତୁ...

୪ ଏକର ଆଖୁ ଫସଲ ନଷ୍ଟ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦାବି

author img

By

Published : Mar 1, 2021, 10:26 AM IST

ନବରଙ୍ଗପୁର: ନିଆଁ ଲାଗି ପ୍ରାୟ ୪ ଏକର ଆଖୁ ଫସଲ ନଷ୍ଟ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାସିନୀ ଗ୍ରାମରେ ଏଭଳି ଅଘଟଣ ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ, ବାସିନୀ ଗ୍ରାମର ଦୁର୍ଯ୍ୟନ ନାୟକ ଓ ଭଗତ ମାଝୀ ଦୁହେଁ ପ୍ରାୟ ୪ ଏକର ଆଖୁଫସଲ କରିଥିଲେ ।

ଉକ୍ତ ଆଖୁ ଫସଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘଟଣାକୁ ନେଇ ନବରଙ୍ଗପୁର ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ଚାଷୀ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପ୍ରାୟ ୬୦ ପ୍ରତିଶତ ନିଆଁରେ ଆଖୁ ପୋଡିଯାଇଥିବା ଚାଷୀ ଦୁହେଁ କହିଛନ୍ତି ।

ଋଣ କରଜ କରି ଦୁହେଁ ଆଖୁ ଚାଷ କରିଥିଲେ । ନିଆଁ ଲାଗିଯିବାରୁ ଦୁଇ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ଦୁଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.