ETV Bharat / state

ନବରଙ୍ଗପୁରରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 346 ଜଣ ନୂଆ ଆକ୍ରାନ୍ତ

ନବରଙ୍ଗପୁର ଜିଲ୍ଲାରେ ବଢି ଚାଲିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 346 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

author img

By

Published : May 20, 2021, 6:09 PM IST

ନବରଙ୍ଗପୁରରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 346 ଜଣ ନୂଆ ଆକ୍ରାନ୍ତ
ନବରଙ୍ଗପୁରରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 346 ଜଣ ନୂଆ ଆକ୍ରାନ୍ତ

ନବରଙ୍ଗପୁର: ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଁ ଧରୁନି । ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳ କୋଭିଡ କବ୍‌ଜାରେ l ଜିଲ୍ଲାରେ ଦୈନିକ ସଂକ୍ରମଣ 3 ଶହ ଉପରେ ରହୁଛି । ଆଜି ବି ଜିଲ୍ଲାରେ 24 ଘଣ୍ଟା ମଧ୍ଯରେ 346 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ସମଗ୍ର ରାଜ୍ୟରେ ଆଜିଠୁ ଲକଡାଉନ 2 ଘୋଷଣା କରିବା ସହ ନୂତନ ଗାଇଡଲାଇନ ଲାଗୁ କରିଛନ୍ତି l

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର 754ରେ ପହଞ୍ଚିଥିବାବେଳେ 13 ହଜାର 355ଜଣ ସୁସ୍ଥ ହୋଇ ସାରିଲେଣି । ଜିଲ୍ଲାରେ ଏବେ 3 ହଜାର 278 ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 3 ହଜାର 63 ଜଣ ନିଜ ନିଜର ଘରେ ଏକାନ୍ତବାସରେ ରହି ଚିକିତ୍ସା ଜାରି ରଖିଛନ୍ତି l ଜିଲ୍ଲାରେ ଆଜକୁ ସମୁଦାୟ 2 ଲକ୍ଷ 64 ହଜାର 587 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଛି l

ଆଜିର ଚିହ୍ନଟ 346 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 57 ଜଣ, ରାଇଘର ବ୍ଲକରୁ 54 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 42 ଜଣ ନବରଙ୍ଗପୁର ପୌରାଞ୍ଚଳରୁ 34 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 29 ଜଣ,ଝରିଗାଁ ବ୍ଲକରୁ 28 ଜଣ, ଉମରକୋଟ ପୌରାଞ୍ଚଳରୁ 27 ଜଣ, ନନ୍ଦାହାଣ୍ଡି ବ୍ଲକରୁ 21 ଜଣ, କୋଷାଗୁମୁଡା ବ୍ଲକରୁ 18 ଜଣ, ନବରଙ୍ଗପୁର ବ୍ଲକରୁ 15 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ, ଡାବୁଗାଁ ବ୍ଲକରୁ 8 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.