ETV Bharat / state

ନବରଙ୍ଗପୁରରୁ ଆଉ 282 ନୂଆ ସଂକ୍ରମିତ ଚିହ୍ନଟ

କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍ । ଜିଲ୍ଲାରେ 24 ଘଣ୍ଟାରେ 282 ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ରହି ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି କୋଭିଡ୍ ସଂକ୍ରମିତ । ଅଧିକ ପଢନ୍ତୁ...

author img

By

Published : May 7, 2021, 3:43 PM IST

ନବରଙ୍ଗପୁର ଜିଲ୍ଲାରୁ ଆଉ 282 ନୂଆ ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଥମୁନାହିଁ କୋରୋନା ଭାଇରସ୍‌ ତାଣ୍ଡବ । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଜିଲ୍ଲାରେ ବଡ଼ିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା l ଶୁକ୍ରବାର ଜିଲ୍ଲାରୁ 282 ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର 521ରେ ପହଞ୍ଚିଛି l

ଶୁକ୍ରବାର ଚିହ୍ନଟ 282 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 70 ଜଣ, ରାଇଘର ବ୍ଲକରୁ 62 ଜଣ, ଉମରକୋଟ ପୌରାଞ୍ଚଳରୁ 30, ଝରିଗାଁ ବ୍ଲକରୁ 29, ଚନ୍ଦାହାଣ୍ଡି ବ୍ଲକରୁ 26 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପାପଡାହାଣ୍ଡି ବ୍ଲକରୁ 16,କୋଷାଗୁମୁଡା ବ୍ଲକରୁ 13, ତେନ୍ତୁଳିଖୁଣ୍ଟି ବ୍ଲକରୁ 12, ଡାବୁଗାଁ ଓ ନନ୍ଦାହାଣ୍ଡି ବ୍ଲକରୁ 8 ଜଣ ଲେଖାଏ ଏବଂ ନବରଙ୍ଗପୁର ପୌରାଞ୍ଚଳରୁ 6 ଜଣ ଓ ନବରଙ୍ଗପୁର ବ୍ଲକରୁ 2 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 2 ଲକ୍ଷ 47 ହଜାର 799 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 12 ହଜାର 521 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ଏବଂ ଜିଲ୍ଲାରେ 8 ହଜାର 958 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 3 ହଜାର 478 ଜଣ ସକ୍ରିୟ ସଂକ୍ରମିତ ମାମଲା ଥିବା ବେଳେ ସେଥି ମଧ୍ୟରୁ 3 ହଜାର 329 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.