ETV Bharat / state

ଦୁଇଟି କାର ସହ ୨୬୦ କିଲୋ ଗଞ୍ଜେଇ ଜବତ, 3 ଗିରଫ - ଗଞ୍ଜେଇ ଜବତ

ନବରଙ୍ଗପୁର ସହର ଉପକଣ୍ଠ ଇନ୍ଦ୍ରାବତୀ ପୋଲ ନିକଟ ଆଖୁ କ୍ଷେତ ଭିତରୁ ଗଞ୍ଜେଇ ବୋଝେଇ ଦୁଇଟି କାର ଜବତ କଲା ପୋଲିସ । ତେବେ ଏହି ଜବତ ଗଞ୍ଜେଇ ୨୬୦ କିଲୋର ବୋଲି ସହକାରୀ ଜିଲ୍ଲାପାଳ ମାଜିଷ୍ଟ୍ରେଟ କହିଛନ୍ତି । ଅଧିକ ପଢନ୍ତୁ...

ଦୁଇଟି କାର ସହ ୨୬୦ କିଲୋ ଗଞ୍ଜେଇ ଜବତ, 3 ଗିରଫ

author img

By

Published : Mar 9, 2021, 1:57 PM IST

ନବରଙ୍ଗପୁର: ସହର ଉପକଣ୍ଠ ଇନ୍ଦ୍ରାବତୀ ପୋଲ ନିକଟ ଆଖୁ କ୍ଷେତ ଭିତରୁ ଗଞ୍ଜେଇ ବୋଝେଇ ଦୁଇଟି କାର ଜବତ କଲା ପୋଲିସ । ତେବେ ଏହି ଜବତ ଗଞ୍ଜେଇ ୨୬୦ କିଲୋର ବୋଲି ସହକାରୀ ଜିଲ୍ଲାପାଳ ମାଜିଷ୍ଟ୍ରେଟ କମଲେଶ କହିଛନ୍ତି । ଏହା ସହ ପୋଲିସ ୩ ଜଣକୁ ଗିରଫ କରିଛି । ଏନେଇ ନବରଙ୍ଗପୁର ଥାନାରେ କେଶ ନମ୍ବର ୧୧୭/୨୧ ଓ ୧୧୮/୨୧ ପୃଥକ ମାମଲା ରୁଜୁ ହୋଇଛି । ଗାଡିରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଛତିଶଗଡର ଗୋରିଲାପେଣ୍ଡ୍ରା ଜିଲ୍ଲାର ଏବଂ ଅନ୍ୟ ଜଣେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି।

ଦୁଇଟି କାର ସହ ୨୬୦ କିଲୋ ଗଞ୍ଜେଇ ଜବତ, 3 ଗିରଫ

ଏନେଇ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ଗତ ମାସ ମଧ୍ୟରେ ନବରଙ୍ଗପୁର ପୁଲିସର ଏହା ହେଉଛି ୪ର୍ଥ ଚଢ଼ାଉ। ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ବାବଧାନରେ ଏସଆଇ ସଂଗୀତା ଲୁଗୁନ, ନିଳିମା ପାଣିଗ୍ରାହୀ, ହେମନ୍ତ ହରୀଜନ ପ୍ରମୁଖ ଭାଗ ନେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.