ETV Bharat / state

ବିନା ଛୁଟିରେ ଅନୁପସ୍ଥିତି ପଡିଲା ମହଙ୍ଗା, 24 ଶିକ୍ଷକଙ୍କୁ କାର୍ଯ୍ୟାଚ୍ୟୁତ - ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ଆକ୍ସନ ମୋଡରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ବିନା ଛୁଟିରେ ଦୀର୍ଘ ଦିନ ଧରି ଅନୁପସ୍ଥିତି ରହିବା ଯୋଗୁଁ 24 ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର । ଅଧିକ ପଢ଼ନ୍ତୁ

teacher expelled from job
ଶିକ୍ଷକଙ୍କୁ ବହିଷ୍କୃତ
author img

By

Published : Jan 6, 2023, 11:51 AM IST

ନବରଙ୍ଗପୁର: ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା । ନବରଙ୍ଗପୁର ଜିଲ୍ଲାର 24 ଶିକ୍ଷକଙ୍କୁ କାର୍ଯ୍ୟାଚ୍ୟୁତ କଲେ ଜିଲ୍ଲାପାଳ । ୨୦୧୦ ମସିହାରୁ ୨୦୨୨ ମଧ୍ୟରେ ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ କାର୍ଯ୍ୟାଚ୍ୟୁତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।

ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ କ୍ରମେ ବହୁ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ଗଣ ଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ ୨୦ ଜୁଲାଇ ୨୦୨୨ ତାରିଖରେ ଚିଠି କରାଯାଇଥିଲା l ଯାହାର ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା l

ବ୍ଲକ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଥିଲା l ସେଥିରେ ମାତ୍ର ୬ ଜଣ ହିଁ ଅନୁପସ୍ଥିତିର ବିଭିନ୍ନ କାରଣ ଦେଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚି ଯାଇଥିବା ବେଳେ ଅନ୍ୟ ୨୪ ଜଣ ଶିକ୍ଷକ ୧୫ ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିଲେ l ଅନ୍ୟପଟେ କାରଣ ଦର୍ଶାଅ ଚିଠି ଜାରି ହେବା ଆଗରୁ କୋଷାଗୁମୁଡ଼ା ବ୍ଲକର ଜଣେ ଶିକ୍ଷକ ଗତ ଅଗଷ୍ଟ ମାସର ଚାକିରି ଛାଡ଼ି ଦେଇଥିବା ସୂଚନା ମିଳିଛି l ଜିଲ୍ଲାର ୨୪ ଜଣ ଶିକ୍ଷକ କୌଣସି ଉତ୍ତର ଦେଇନଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟାଚ୍ୟୁତ କରିଛନ୍ତି l ଶିକ୍ଷକ ଅନୁପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ ପଦବି ପୂରଣ ହୋଇପାରୁନଥିଲା l ତେଣୁ, ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ: ଆକ୍ସନ ମୋଡରେ ପ୍ରଶାସନ, ଦୀର୍ଘ ଦିନ ଅନୁପସ୍ଥିତ ରହିବାରୁ 10 ଶିକ୍ଷକ ବହିଷ୍କୃତ

ସୂଚନା ଥାଉକି, ନିକଟରେ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବାରୁ ୧୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଶିକ୍ଷକଙ୍କ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.