ETV Bharat / state

ନବରଙ୍ଗପୁରରେ ପୁଣି 24 କୋରୋନା ଆକ୍ରାନ୍ତ ଚିହ୍ନଟ - କୋଭିଡ-19

ନବରଙ୍ଗପୁରରେ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଆଜି ପୁଣି ଝରିଗାଁ କଣ୍ଟେନମେଣ୍ଟ ଜୋନରୁ 24 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ପୁଣି 24 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 6, 2020, 1:49 PM IST

ନବରଙ୍ଗପୁର: ଜିଲ୍ଲାରେ କାୟା ବିସ୍ତାର କରୁଛି କୋରୋନା । ଆଜି ପୁଣି 24 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି 456 ଜଣ କୋରୋନା ହୋଇଛନ୍ତି । ସେଥି ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ କଣ୍ଟେନମେଣ୍ଟ ଜୋନରୁ 24 ଜଣ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂର ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ନବରଙ୍ଗପୁରରେ ପୁଣି 24 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତି କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଏବେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ମାମଲା 85କୁ ବୃଦ୍ଧି ପାଇଛି । ସେଥିରୁ 31 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଜି ପୁଣି ତିନି ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦେଖି ଜିଲ୍ଲାରେ ଚଳିତ ମାସର 31 ଯାଏ, ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟ ଡାଉନ ଘୋଷଣା କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.