ETV Bharat / state

କୂଅ ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ଘଟଣାସ୍ଥଳରେ ଉତ୍ତେଜନା - nabarangpur kindnap issue

ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ପକନାଗୁଡା ଓ ଗୋନା ଗ୍ରାମର ଦୁଇ ନାବାଳିକା ନିଖୋଜ ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଶୁକ୍ରବାର ପକନାଗୁଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ୱ2 ନାବାଳିକାଙ୍କ ମୃତଦେହ ଉଦ୍ଧାର
2 ନାବାଳିକାଙ୍କ ମୃତଦେହ ଉଦ୍ଧାର
author img

By

Published : Feb 7, 2020, 1:05 PM IST

Updated : Feb 7, 2020, 5:38 PM IST

ନବରଙ୍ଗପୁର: ଜିଲ୍ଲାରେ ଅଭାବନୀୟ ଘଟଣା । କୂଅରୁ ଉଦ୍ଧାର ହେଲା 2 ନାବାଳିକାଙ୍କ ମୃତଦେହ । ଜିଲ୍ଲାର କୁନ୍ଦେଇ ଥାନା ଅନ୍ତର୍ଗତ ପକନାଗୁଡା ଓ ଗୋନା ଗ୍ରାମର ଦୁଇ ନାବାଳିକା ନିଖୋଜ ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ପକନାଗୁଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ, ଘଟଣାସ୍ଥଳରେ ଉତ୍ତେଜନା

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦୁଇଟି ମୃତଦେହ ଭାସୁଥିବା ଖବର ପାଇ ପୋଲିସ ଶୁକ୍ରବାର ଦୁଇ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଅଘଟଣ, ମୃତଦେହ କୂଅ ମଧ୍ୟକୁ କିପରି ଆସିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି, ଗତ ୪ ତାରିଖ ମଙ୍ଗଳବାର ଦିନ ରାଇଘର ବ୍ଲକ୍ ଗୋନା ଗ୍ରାମର ପ୍ରକାଶ ପାଣ୍ଡେଙ୍କ ୯ ବର୍ଷର ଝିଅ ଲଷ୍ମୀ ପାଣ୍ଡେ ପରିବାର ସହ ନିଜ ମାମୁଁ ଘର ପକନାଗୁଡ଼ା ଗ୍ରାମକୁ ବୁଲିବାକୁ ଆସିଥିଲେ । ପକନାଗୁଡ଼ା ଗ୍ରାମର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ତିଓ୍ବାରୀ ଦୁହେଁ ମିଶି ଦିନ ପ୍ରାୟ 2ଟା ବେଳେ ଘରୁ ଖେଳିବାକୁ ବାହାରି ଯାଇଥିଲେ । ଦିନ ତମାମ 2 ଝିଅ ଘରକୁ ନଫେରିବାରୁ ପରିବାର ସହିତ ଗାଁ ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ । କେଉଁଠି କିଛି ସନ୍ଧାନ ନମିଳିବାରୁ ଘରଲୋକେ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ ।

ନାବାଳିକା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ପରେ ବଳି ପାଇଁ ଅପହରଣ କିମ୍ବା ମାନବ ଚାଲାଣ ଭଳି ଗୁଜବର ଅବସାନ ଘଟିଛି । ପ୍ରାଥମିକ ତଦନ୍ତରେ ପୋଲିସ କୌଣସି କାରଣ ବଶତଃ କୂଅ ମଧ୍ୟରେ ଖସିଯିବା ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରକାଶ କରିଛି । ମାତ୍ର ଗୋନା ଗ୍ରାମବାସୀ ଓ ପକନାଗୁଡା ଗ୍ରାମବାସୀ ଏହାକୁ ଏକ ହତ୍ୟା ରୂପ ଦେବାସହ ଘଟଣାସ୍ଥଳରେ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ସରକାରଙ୍କ ପକ୍ଷରୁ ମୃତ ପରିବାରଙ୍କୁ 4ଲକ୍ଷ ଲେଖାଏଁ କ୍ଷତିପୂରଣ ଯୋଗାଇ ଦିଆଯିବା ନେଇ ରାଇଘର ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Photo and video Body:Tapan kumar bissoyi Conclusion:Nabarangpur
Last Updated : Feb 7, 2020, 5:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.