ETV Bharat / state

ନବରଙ୍ଗପୁରରୁ 194 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 21, 2021, 3:16 PM IST

ବୁଧବାର ପୁଣି ନବରଙ୍ଗପୁର ଜିଲ୍ଲାରୁ ସର୍ବାଧିକ 194 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7386କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ 194 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ 194 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବୁଧବାର ପୁଣି ଜିଲ୍ଲାରୁ ସର୍ବାଧିକ 194 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7386କୁ ବୃଦ୍ଧି ପାଇଛି ।

ନବରଙ୍ଗପୁର ଜିଲ୍ଲାରୁ 194 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ 194 ଆକ୍ରାନ୍ତ ଚିହ୍ନଟ

ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକରୁ 77 ଜଣ, ରାଇଘର ବ୍ଲକରୁ 52 ଜଣ, ଝରୀଗାଁ ବ୍ଲକରୁ 21 ଜଣ, ଉମରକୋଟ ବ୍ଲକରୁ 15 ଜଣ, ନବରଙ୍ଗପୁର ମ୍ୟୁନିସିପାଲଟି ଓ ପାପଡାହାଣ୍ଡି ବ୍ଲକରୁ 6 ଜଣ ଲେଖାଏଁ, ଉମରକୋଟ ମ୍ୟୁନିସିପାଲଟି ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଲେଖାଏଁ, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରୁ 3 ଜଣ ଲେଖାଏଁ ଏବଂ ନନ୍ଦାହାଣ୍ଡି ବ୍ଲକରୁ 2 ଜଣ, ତେନ୍ତୁଳୀଖୁଣ୍ଟି ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1221 ଜଣ ଏବେବି ସକ୍ରିୟ ରହିଛନ୍ତି । ଏପଟେ ଛତିଶଗଡ ସୀମାକୁ ଲାଗି ରହିଥିବା ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ରାଇଘର, ଝରୀଗାଁ ଏବଂ ଉମରକୋଟ ବ୍ଲକ ମାନଙ୍କରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରାଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.