ETV Bharat / state

ନବରଙ୍ଗପୁର ଜିଲ୍ଲାରେ ୧୯୬ ନୂଆ ପଜିଟିଭ ଚିହ୍ନଟ - ନବରଙ୍ଗପୁର ନୂଆ ପଜିଟିଭ

ନବରଙ୍ଗପୁର ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 196 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ୧୯୬ ନୂଆ ପଜିଟିଭ ଚିହ୍ନଟ

author img

By

Published : Jun 5, 2021, 6:58 PM IST

ନବରଙ୍ଗପୁର: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 196 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି(ଶନିବାର) ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ନନ୍ଦାହାଣ୍ଡି ବ୍ଲକରୁ 52 ଜଣ ସର୍ବାଧିକ ଚିହ୍ନଟ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 19 ଜଣ, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକରୁ 16 ଜଣ ଲେଖାଏଁ, ଉମରକୋଟ ବ୍ଲକରୁ 15 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 15 ଜଣ, ଝରିଗାଁ ବ୍ଲକରୁ 12 ଜଣ, ପାପଡାହାଣ୍ଡି ବ୍ଲକରୁ 10 ଜଣ, କୋଷାଗୁମୁଡା ବ୍ଲକରୁ 9 ଜଣ, ନବରଙ୍ଗପୁର ବ୍ଲକରୁ 7 ଜଣ ଏବଂ ଡାବୁଗାଁ ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁର ଜିଲ୍ଲାରେ ୧୯୬ ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ୧୯୬ ନୂଆ ପଜିଟିଭ ଚିହ୍ନଟ

ଆଜକୁ ଜିଲ୍ଲାରେ ମୋଟ 20 ହଜାର 923 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ 18 ହଜାର 609 ଜଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 2 ହଜାର 154 ଜଣ ସକ୍ରିୟ ସଂକ୍ରମିତ ମାମଲା ରହିଥିବାବେଳେ ସେଥିମଧ୍ୟରୁ 2 ହଜାର 8 ଜଣ ନିଜ ଘରେ ଏକାନ୍ତବାସରେ ରହି ଚିକିତ୍ସା ଜାରି ରଖିଛନ୍ତି l ଜିଲ୍ଲାରେ ସମୁଦାୟ 2 ଲକ୍ଷ 89 ହଜାର 674 ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.