ନବରଙ୍ଗପୁର: ମୈଦାଲପୁର ପୋଲିସକୁ ମିଳିଲା ସଫଳତା । ବିଶାଖାପାଟଣାରୁ ସମ୍ବଲପୁରକୁ ଏକ ବୋଲେରୋ ସାହାଯ୍ୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏକ କ୍ବିଣ୍ଟାଲ ୩୩ କେଜି ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରିଛି ପୋଲିସ ।
ଦୁଇ ଜଣ ହେଲେ ଉତ୍ତରପ୍ରଦେଶର ସାଗରପାଳି ଗାଁର ପ୍ରିନ୍ସ କୁମାର ଏବଂ ଅନ୍ୟଜଣେ ହେଲେ ଆକୁଲି ଗାଁର ଚୁଡେନ୍ଦ୍ର କୁମାର । ସବୁଦିନ ଭଳି ପୋଲିସ ଆଜି (ଶୁକ୍ରବାର) ମଧ୍ୟ ଫାଣ୍ଡି ସାମ୍ନାରେ ଗଡିଚେକିଂ କରୁଥିବା ସମୟରେ ବୋଲେରୋ ଗାଡ଼ିଟିକୁ ଚେକ୍ କରୁଥିଲେ । ଗାଡ଼ିର ଚେମ୍ବର୍ ଓ ଉପରେ ଗଞ୍ଜେଇ ଧରି ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇ ଚାଲାଣରେ ଅନ୍ୟ କେଉମାନେ ସାମିଲ ରହିଛନ୍ତି ତାହା ତଦନ୍ତ କରୁଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ