ETV Bharat / state

ନବରଙ୍ଗପୁରରେ 125 କୋରୋନା ସଂକ୍ରମିତ ଚିହ୍ନଟ

author img

By

Published : Sep 10, 2020, 2:58 PM IST

ଜିଲ୍ଲାରେ ଚିନ୍ତା ବଢାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଗୋଟିଏ ଦିନରେ ସର୍ବାଧିକ 125 ଜଣ ପଜିଟିଭ ଚିହ୍ନଟ। ସମ୍ପୂର୍ଣ୍ଣ ପଢନ୍ତୁ...

ନବରଙ୍ଗପୁରରେ 125 କୋରୋନା ସଂକ୍ରମିତ ଚିହ୍ନଟ
ନବରଙ୍ଗପୁରରେ 125 କୋରୋନା ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଜିଲ୍ଲାରୁ ପୁଣି ସର୍ବାଧିକ ୧୨୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ଚିହ୍ନଟ ହୋଇଥିବା 125 ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନସିପାଲିଟିରୁ 31 ଜଣ, ଉମରକୋଟ ମ୍ୟୁନସିପାଲିଟିର 31, ଉମରକୋଟ ଉପକାରାଗାରରୁ 18, ନନ୍ଦାହାଣ୍ଡି ବ୍ଲକରୁ 14 ଜଣ, ନବରଙ୍ଗପୁର ବ୍ଲକରୁ 7 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 7 ଜଣ, ପାପଡାହାଣ୍ଡି ବ୍ଲକରୁ 5 ଜଣ, କୋଷାଗୁମୁଡା ବ୍ଲକରୁ 4 ଜଣ, ଡାବୁଗାଁ ବ୍ଲକରୁ 3 ଜଣ, ଉମରକୋଟ ବ୍ଲକରୁ 2 ଜଣ ଝରିଗାଁ ବ୍ଲକରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରେ 125 କୋରୋନା ସଂକ୍ରମିତ ଚିହ୍ନଟ
ନବରଙ୍ଗପୁରରେ 125 କୋରୋନା ସଂକ୍ରମିତ ଚିହ୍ନଟ

ଆଜିର 125 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 1912ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ 1159 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବଳକା 742 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେଥିମଧ୍ୟରୁ 520 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.