ETV Bharat / state

ନବରଙ୍ଗପୁରରୁ ୧୧ ଶ୍ରମିକ ଦଲାଲ ଗିରଫ - ଶାରୀରିକ ଓ ମାନସିକ ନିର୍ଯ୍ୟାତନା

‘ମୋ ସରକାର’ ଅଭିଯାନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜିଲ୍ଲା ପୋଲିସ 11ଜଣ ଶ୍ରମିକ ଦଲାଲକୁ ଗିରଫ କରିଛି । ଏହି ଶ୍ରମିକ ଦଲାଲ ମାନେ ବିଭିନ୍ନ ସମୟରେ ଦାଦନ ଶ୍ରମିକ ମାନଙ୍କୁ ବିଭନ୍ନ ରାଜ୍ୟକୁ ଚାଲାଣ କରିଥାନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 18, 2019, 8:21 PM IST

ନବରଙ୍ଗପୁର: ସ୍ବାସ୍ଥ୍ୟ ବିଭାଗ ପରେ ଶ୍ରମ ବିଭାଗରେ ସକ୍ରିୟ ଥିବା ଦଲାଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ବିଭିନ୍ନ ବିଭାଗରେ ସକ୍ରିୟ ଥିବା ଦଲାଲ ଗିରଫ ଅଭିଯାନକୁ ଜୋରଦାର କରିଛି ଜିଲ୍ଲା ପୋଲିସ । ଗତ କିଛିଦିନ ପୂର୍ବେ ସ୍ବାସ୍ଥ୍ୟ ବିଭାଗରେ ଥିବା ୫ ଜଣ ଦଲାଲକୁ ଗିରଫ କରିଥିଲା । ଆଜି ଶ୍ରମ ବିଭାଗରେ ସକ୍ରିୟ ଥିବା ୧୧ ଜଣ ଦଲାଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

ନବରଙ୍ଗପୁର ଜିଲ୍ଲାରୁ ୧୧ ଶ୍ରମିକ ଦଲାଲ ଗିରଫ

ଏହି ଶ୍ରମିକ ଦଲାଲ ମାନେ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରୁ ଶ୍ରମିକ ମାନଙ୍କୁ ବେଆଇନ ଭାବେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି । ଦଲାଲ ମାନେ ଶ୍ରମିକଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଲାଣ କରି ମାଲିକ ମାନଙ୍କ ଠାରୁ ଭଲ ଟଙ୍କା ପାଉଛନ୍ତି । କିନ୍ତୁ ଶ୍ରମିକ ମାନେ ରାଜ୍ୟ ବାହାର ମାଲିକ ମାନଙ୍କ ନିକଟକୁ କାମ କରିବାକୁ ଯାଇ କାମ କରି ପ୍ରତିବଦଳରେ ଟଙ୍କା ନ ପାଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।

ଯାହାଫଳରେ ନବରଙ୍ଗପୁର ପୋଲିସ ଉକ୍ତ ଦଲାଲଙ୍କୁ ଧରପଗଡ଼ ଅଭିଯାନକୁ ଜୋରଦାର କରିଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ସକ୍ରିୟ ଥିବା ୧୧ ଜଣ ଦଲାଲକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଆଗକୁ ମଧ୍ୟ ଏହି ଦଲାଲ ଗିରଫ ଅଭିଯାନକୁ ଜୋରଦାର କରାଯିବ ବୋଲି ନବରଙ୍ଗପୁର ପୋଲିସ ପ୍ରକାଶ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ୧୧ ଶ୍ରମିକ ଦଲାଲ ଗିରଫ
ଫର୍ମାଟ - ଏଭିଓ, ୧୮/୧୦/୧୯
ରିପୋର୍ଟ -ତପନ କୁମାର ବିସ୍ସୋଇ , ନବରଙ୍ଗପୁର
------------------------------------------------------
ଆଙ୍କର - ସ୍ୱାସ୍ଥ୍ୟ ବିଭାଗ ପରେ ଶ୍ରମ ବିଭାଗ ରେ ସକ୍ରିୟ ଥିବା ଦଲାଲ କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ନବରଙ୍ଗପୁର ପୋଲିସ ତରଫରୁ ବିଭିନ୍ନ ବିଭାଗରେ ସକ୍ରିୟ ଥିବା ଦଲାଲ ଗିରଫ ଅଭିଯାନ କୁ ଜୋରଦାର କରାଯାଇଛି । ଗତକିଛି ଦିନ ପୂର୍ବେ ସ୍ୱାସ୍ଥ୍ୟ ବିଭାଗରେ ଥିବା ୫ ଜଣ ଦଲାଲ କୁ ଗିରଫ କରିଥିବା ବେଳେ ଆଜି ଶ୍ରମ ବିଭାଗ ରେ ସକ୍ରିୟ ଥିବା ୧୧ ଜଣ ଦଲାଲ କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏହି ଦଲାଲ ମାନେ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରୁ ଶ୍ରମିକ ମାନଙ୍କୁ ବେଆଇନ ଭାବେ ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ଦଲାଲ ମାନେ ଶ୍ରମିକ ମାନଙ୍କୁ ଭଲ ଟଙ୍କା ର ପ୍ରଲୋଭନ ଦେଖାଇ ଚାଲାଣ କରି ମାଲିକ ମାନଙ୍କ ଠାରୁ ଭଲ ଟଙ୍କା ପାଉଥିବା ବେଳେ କିନ୍ତୁ ଶ୍ରମିକ ମାନେ ରାଜ୍ୟ ବାହାର ର ମାଲିକ ମାନଙ୍କ ନିକଟକୁ କାମ କରିବା କୁ ଯାଇ କାମ କରି ପ୍ରତିବଦଳରେ ଟଙ୍କା ନ ପାଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହେଉଥିଲେ । ଯାହାଫଳରେ ନବରଙ୍ଗପୁର ପୋଲିସ ଉକ୍ତ ଦଲାଲ ଙ୍କୁ ଧରପଗଡ଼ ଅଭିଯାନ କୁ ଜୋରଦାର କରି ଜିଲ୍ଲାର ବିଭିନ୍ନ ଅଂଚଳରେ ସକ୍ରିୟ ଥିବା ୧୧ ଜଣ ଦଲାଲ କୁ ଗିରଫ କରିବା ରେ ସଫଳ ହୋଇଥିବା ବେଳେ ଆଗକୁ ମଧ୍ୟ ଏହି ଦଲାଲ ଗିରଫ ଅଭିଯାନ କୁ ଜୋରଦାର କରାଯିବ ବୋଲି ନବରଙ୍ଗପୁର ପୋଲିସ ପ୍ରକାଶ କରିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.