ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏହି କ୍ରମରେ ଜିଲ୍ଲାରେ ଗୁରୁବାର 107 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2590ରେ ପହଞ୍ଚିଛି । ଯାହା ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ପାଲଟିଛି ।
ଗୁରୁବାର ଚିହ୍ନଟ ହୋଇଥିବା 107 ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ 35 ଜଣ, ପାପଡାହାଣ୍ଡି ବ୍ଲକରୁ 18 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 13 ଜଣ, ଉମରକୋଟ ମ୍ୟୁନିସିପାଲିଟିରୁ 12 ଜଣ, ନନ୍ଦାହାଣ୍ଡି ବ୍ଲକରୁ 12 ଜଣ, ଉମରକୋଟ ବ୍ଲକରୁ 4ଜଣ, ଡାବୁଗାଁ ବ୍ଲକରୁ 4ଜଣ, ନବରଙ୍ଗପୁର ବ୍ଲକରୁ 3ଜଣ, କୋଷାଗୁମୁଡା ବ୍ଲକରୁ 3ଜଣ, ରାଇଘର ବ୍ଲକରୁ ଜଣେ, ଏବଂ ଚନ୍ଦାହାଣ୍ଡି ବ୍ଲକରୁ 2ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2590ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ1525 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 1050 ଜଣ ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ରହିଛନ୍ତି । 1050 ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 829 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 58306 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ